ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ନଗଡା ଓ ଗୁହିଆଶାଳ ପରିଦର୍ଶନ ।

0 115

ଯାଜପୁର,ତା-୨୮/୦୬(ପିପିଟି);  ନଗଡା ରେ ପରିବାର ନିୟୋଜନ ଓ ନିୟଂତ୍ରଣ କରିବା ଉଦେଶ୍ୟ ରେ ସ୍ଥାନୀୟ ତିନି ଜଣ ବ୍ୟକ୍ତି ସ୍ୱେଚ୍ଛାସେବୀ ଭାବେ କାମକରିବେ,ଏଥି ପାଇଁ ମାସିକ ୧ହଜାର ପ୍ରଦାନ କରାଯିବ  । ତେବେ ଜନ୍ମ ନିୟଂତ୍ରଣ  କରୁଥିବା ଦମ୍ପତି ମାନଂକୁ ସରକାରୀ ସହାୟତା  ଭାବେ ପାଞ୍ଚ ହଜାର ଟଙ୍କାର ସହାୟତା କରାଯିବ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ଶନିବାର ନଗଡା ଓ ଗୁହିଆ ଶାଳ କୁ ପରିଦର୍ଶନ କରିବା ସହ ବିଭିନ୍ନ ଵ୍ଯବସ୍ତା ଯୋଜନା ର ସମୀକ୍ଷା କରିଥିଲେ ଜିଲ୍ଲାପାଳ ଶ୍ରୀ ଦାସ ପ୍ରତ୍ୟେକଙ୍କ ବାଡ଼ି ରେ କିଛିନାକିଛି ଚାଷ ହୋଇ ଥିବା ର ଓ ଚାଷ ପାଇଁ ପ୍ରସ୍ତୁତ ଚାଲିଥିବାର ମଧ୍ୟ ଦେଖା ଯାଇଥିଲା ଖାଦ୍ୟ ରେ ମଧ୍ୟ ଶାଗ ଓ ଅନ୍ୟାନ ପରିବା ଦେଖି ଜିଲ୍ଲା ପାଳ ଓ ଅନ୍ୟାନ ଅଧିକାରୀ ଦେଖି ଖୁସି ବ୍ୟକ୍ତ କରିଥିଲେ ପରେ ତଳନାଗଡର ଆଦିବାସୀ ମାନଙ୍କ ସହ ଜିଲ୍ଲାପାଳ ଶ୍ରୀ ଦାସ ଆଲୋଚନା କରିଥିଲେ ସେମାନଙ୍କ ଅନେକ ପରିବର୍ତ୍ତନ ଘଟି ଥିଲେ ମଧ୍ୟ ସ୍ୱଚାଳୟ କୁ ସାର୍ବଜନୀନ ଭାବେ ବ୍ୟବହାର କରିବାରେ ଅଭାବ ପରିଲକ୍ଷିତ ହେଉଛି । ତେଣୁ ସମସ୍ତଙ୍କୁ ଶୌଚାଳୟ ବ୍ୟବହାରର ଆବଶ୍ୟକତା, ଉପଯୋଗୀତା ଏବଂ ବାହାରେ ମଲ ମୂତ୍ର ତ୍ୟାଗ ରେ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇ ଥିଲେ। ପରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଗଲା ଯେ  ସେମାନେ ଘରକୁ ଘର ବୁଲି ଲୋକ ମାନଙ୍କୁ ପାଇଖାନା ବ୍ୟବହାର ସମ୍ପର୍କ ରେ ଓ ପରିବାର ନିୟୋଜନ ପାଇଁ ସଚେତନ କରାଇବେ ।ଏଥିପାଇଁ ଜିଲ୍ଲା ପାଳ ମାସକ ଏକ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାନ ରାଶିମଧ୍ୟ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।ପରେ ସମସ୍ତ ଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ସେହିପରି ଗୁହିଆଶାଳ ରେ ପହଞ୍ଚି ଜିଲ୍ଲାପାଳ ଗ୍ରାମ କୁ ପରିଦର୍ଶନ କରିବା ସହ ଲୋକମାନଙ୍କ ସହ ଆଲୋଚନା କରିଥିଲେ ।ସେଠାରେ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ବିଜୁଳି ସଂଯୋଗ ପାଇଁ ଖୁଣ୍ଟ ପଡି ତାର ଟାଣ ହୋଇଥିବାର ଦେଖା ଯାଇଥିଲା ଗଭୀର କୂପ ମଧ୍ୟ ଖନନ ଚାଲିଥିବାର ଦେଖିକୁ ମିଳିଥିଲା ସଂପୃକ୍ତ ବ୍ୟକ୍ତି ମାନଙ୍କୁ  ତୁରନ୍ତ ଆବାସ ଯୋଜନାରେ ସାମିଲ କରି କଲୋନୀ ଢାଞ୍ଚାରେ ଗୃହ ନିର୍ମାଣ ପାଇଁ ଜିଲ୍ଲା ପାଳ ପରାମର୍ଶ ଦେଇଥିଲେ । ଯେଉଁ ଥିରେ ଡ୍ରେନ,ଶୌଚାଳୟ, ଆଲୋକ, ବାୟୁ ଚଳାଚଳ ସୁଭିଧା ରହିବା ନାଲିଆତାବ ରୁ ରୁହିଆ ଶାଳ ପର୍ଯ୍ୟନ୍ତ ରାସ୍ତା କରାଯାଇଛି ତେବେ କେତେକ ସ୍ଥାନ ରେ ମରାମତି ର ଆବଶକତା ରହିଥିବା ରୁ ଯାହା କୁ ଯଥା ଶୀଘ୍ର ମରାମତି ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇ ଥିଲେ ଏହି ଅବସରରେ ତଳନାଗଡା  ବାସିନ୍ଦା ଶିବ ପ୍ରଧାନ ଓ ଲଷ୍ମୀ ପ୍ରଧାନ ଅସ୍ଥାୟୀ ଗର୍ଭ ନିରୋଧ ବ୍ୟବସ୍ଥା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ଶିବ ଙ୍କ ପତ୍ନୀ ଲଷ୍ମୀ ଅଙ୍ଗନୱାଡି ଦିଦି ଥିବା ବେଳେ ତାଙ୍କ ର ୬ ବର୍ଷ ଓ ୨ ମାସ ର ଯଥା ପୁଅ ଝିଅ ଟି ଏ ଅଛନ୍ତି ।ଏଥିପାଇଁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନେ ଧନ୍ୟବାଦ ଜଣାଇ ଛନ୍ତି ।ଏହି ଗସ୍ତ ରେ ଆଇ. ଏ.ଏସ. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଅକ୍ଷୟ କୁମାର ମାଲିକ, ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସୁକିନ୍ଦା ବିଡ଼ିଓ ଡା ବିଶ୍ୱଜିତ ଦାସ, ଯାଜପୁର ବିଡ଼ିଓ ସୌରଭ ଚକ୍ରବତୀ, ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା, ଜିଲ୍ଲା ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ସିଡିଏମଓ ଡ ସୁଧାଂଶୁଶେଖର ବଳ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ମହାରଣା ସ୍ୱାସ୍ଥ୍ୟ ବିଭାଗ କର୍ମୀ ଓ ଅନ୍ୟାନ୍ୟ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.