ମୃତ ସତ୍ୟବାନର ପରିବାରକୁ ଭେଟିଲେ ବିଜେପି ନେତୃବୃନ୍ଦ ।

0 201

ଭଞ୍ଜନଗର,(ପିପିଟି ନ୍ଯୁଜ୍)୧୭/୦୫, ଭଞ୍ଜନଗର ବ୍ଲକ ବାରୁଡ଼ା ଗ୍ରାମ ତଳ ସାହିରେ ରହୁଥିବା ସତ୍ୟବାନ ସ୍ଵାଇଁ ଙ୍କର ଗତ ଗୁରୁବାର ରାତିରେ ସୁରଟ ଠାରେ ପୋଲିସ ମାଡରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଲକ ଡାଉନ ସମୟରେ ପ୍ରବାସୀ ଓଡିଆମାନେ ଦୁଃଖ କଷ୍ଟରେ ରହି ନିଜ ଭିଟାମାଟି କୁ ଫେରିବା ପାଇଁ ଚାହୁଁଥିବା ବେଳେ ସୁରଟ ପୋଲିସ ସାହାଯ୍ୟ କରିବା ବଦଳରେ ମାଡ଼ ମାରିବା ଘଟଣା କୁ ସମସ୍ତେ ନିନ୍ଦା କରିଛନ୍ତି।ଆଜି ବିଜେପି ଦଳ ତରଫରୁ କନ୍ଧମାଳ ସାଂସଦ ପ୍ରାର୍ଥୀ ଖାରବେଳ ସ୍ଵାଇଁ, ଭଞ୍ଜନଗର ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ, ବିନାୟକ ତ୍ରିପାଠୀ, ପ୍ରଦୀପ କୁମାର ସାହୁ, ସନ୍ତୋଷ ତିଆଡ଼ି, ସମୀର ନାୟକ, ସତ୍ୟ ଶୋଭନ ରଥ ଓ ଅନ୍ୟ କର୍ମକାର୍ତ୍ତାମାନେ ମୃତ ସତ୍ୟବାନ ର ପରିବାର କୁ ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମଧ୍ୟ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ।ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ପକ୍ଷରୁ କୁହାଯାଇଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.