ମୃତ ଆଶା କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ୫୦ ଲକ୍ଷ ଟଙ୍କା ସହାୟତା ପାଇଁ ଦାବି ।

0 228

କଳାହାଣ୍ଡି,(ପିପିଟି ନ୍ଯୁଜ୍)୨୦/୦୫, କଲମପୁର ବ୍ଲକ ଅନ୍ତର୍ଗତ ଜଣେ ଆଶା କର୍ମୀ ଭାବେ ପରିଚିତ ସ୍ବର୍ଣ୍ଣାଲତା ନାଏକଙ୍କ ଅକାଳ ବିୟୋଗ ହୋଇଛି  କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଗୋଷ୍ଠି ସ୍ୱାସ୍ଥ କେନ୍ଦ୍ର ଅଧିନରେ କୋଭିଡ଼ ୧୯ ସଂକ୍ରମଣର ନିରାକରଣ ପାଇଁ ଗାଁ ଗାଁ ବୁଲି ସଚେତନ କରିବା ସହ ଗର୍ଭବତୀ ମହିଳା ମାନଙ୍କ ପାଇଁ ଅନବରତ ସେବା ଯୋଗାଇ ସେ ଅଞ୍ଚଳରେ ବେଶ ପରିଚିତ ଆଶା କର୍ମୀ ଥିଲେ ।ତେବେ ଗତ  ଗତ କିଛିଦିନ ତଳେ ସେ ହଠାତ ଅସୁସ୍ଥ ହୋଇ ପଡ଼ିଥିବା ବେଳେ , ପରିବାର ବର୍ଗ ତାଙ୍କୁ ଭବାନୀପାଟଣା ଡାକ୍ତରଖାନା ରୁ ଭୀମଭୋଇ ମେଡିକାଲ କଲେଜରେ ଚିକିତ୍ସିତ କରିଥିଲେ । ପରେ ଭବାନୀପାଟଣା ଡାକ୍ତରଖାନା ରେ ଗତ ୫ ତାରିଖ ଦିନ ସେ ଆଖି ବୁଜିଥିଲେ ।  ସେ କରୋନା ଭଳି ମାରାତ୍ମକ ସଂକ୍ରମଣ ସମୟରେ ବୁଲି ବୁଲି ସଚେତନତା କରୁଥିଲେ ଏଣୁ ସେ ମଧ୍ୟ ଜଣେ କରୋନା ଯୋଦ୍ଧା ଏଣୁ ତାଙ୍କ ପରିବାର ସରକାର ଙ୍କ ଘୋଷଣା ମୁତାବକ ଆର୍ଥିକ ସାହାଯ୍ୟ ପାଇବା ହକଦାର ବୋଲି ବିଜେପି ନବରଙ୍ଗପୁର ପ୍ରଭାରୀ ଯୁବନେତା ଲଷ୍ମୀକାନ୍ତ ବାଗ ମୃତକ ଆଶା କର୍ମୀଙ୍କ ପରିବାର କୁ ଭେଟି ସମବେଦନା ଜଣାଇବା ସହ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ , କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା , ଓଡିଶା ଗୃହ ଶିଳ୍ପ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜରିଆରେ ସହାୟତା ବାବଦରେ ୫୦ ଲକ୍ଷ ଟଙ୍କା ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଦେବାକୁ ଦାବି କରିଛନ୍ତି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୃତ ଆଶା କର୍ମୀଙ୍କ ପରିବାରକୁ ସହାୟତା ଦେବାକୁ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅବଗତ କରାଇଥିବା ଜଣାପଡିଛି ।
ରିପୋର୍ଟ – ବବୁଲୁ  ସାହୁ ।

Leave A Reply

Your email address will not be published.