ମୃତକ ପରିବାରକୁ ମନ୍ତ୍ରୀଙ୍କ ୫୦ ହଜାର ଟଙ୍କା ସହାୟତା ପ୍ରଦାନ ।

0 300

ଭଞ୍ଜନଗର,(ପିପିଟି ନ୍ଯୁଜ୍)୧୬/୦୫, ଜୀବନ ଜୀବିକା ପାଇଁ ରୋଜଗାର କରିବାକୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାରୁଡ଼ା ଗ୍ରାମର ନାରାୟଣ ସ୍ଵାଇଁ ଙ୍କ ସାନ ପୁଅ ସତ୍ୟବାନ ସ୍ଵାଇଁ ମ୍ୟାଟ୍ରିକ ପଢ଼ା ସରିବା ପରେ ଗୁଜରାଟର ସୁରଟକୁ ଚାଲିଯାଇଥିଲେ।ଦୀର୍ଘ ୨୦ବର୍ଷ ହେଲା ସତ୍ୟବାନ ସେଠାରେ ରହି କାମ କରିବା ସହ ପରିବାର ପ୍ରତିପୋଷଣ କରି ଆସୁଥିଲେ।ଗତ ୭ମାସ ତଳେ ସତ୍ୟବାନ ଗ୍ରାମକୁ ଆସି ପୁଣି ସୁରଟ ଯାଇଥିଲେ।ହେଲେ କରୋନାକୁ ନେଇ ଦେଶରେ ଲକ୍ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପ୍ରବାସୀ ଓଡିଆମାନେ ନିଜ ନିଜର ଭିଟାମାଟିକୁ ଫେରିବା ପାଇଁ ବାଧ୍ୟ ହୋଇଥିଲେ।ଏଭଳି ସ୍ଥିତିରେ ଗତ ଗୁରୁବାର ସତ୍ୟବାନ ମଧ୍ୟ ନିଜ ଗ୍ରାମକୁ ଫେରିବା ପାଇଁ ଅନ୍ୟ ପ୍ରବାସୀମାନଙ୍କ ସହ ଟିକଟ ସଂଗ୍ରହ କରିବାକୁ ଅମ୍ରୋଲି ଥାନାର ସହାୟତା ନେଇଥିଲେ।ଏହି ସମୟରେ ପ୍ରବଳ ଭିଡ଼ ଯୋଗୁଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା।ଯାହା ଫଳରେ ପୋଲିସ ତରଫରୁ ଲାଠିଚାର୍ଜ ହୋଇଥିଲା।ଏହାଦେଖି ଶ୍ରମିକମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ।ଅଞ୍ଜନି ଇଣ୍ଡଷ୍ଟ୍ରିସ ରେ ରହୁଥିବା କିଛି ଲୋକ ପୋଲିସ ପହଞ୍ଚିବା ପୂର୍ବରୁ ଗେଟ୍ ରେ ତାଲା ପକାଇ ଉପର ମହଲାକୁ ଚାଲି ଯାଇଥିଲେ।ପୋଲିସ ସେହି ତାଲା ଭାଙ୍ଗି ଉପର ଘରେ ପହଞ୍ଚି ସତ୍ୟବାନ ଙ୍କୁ ନିର୍ଧୁମ ପିଟିଥିଲେ।ଫଳରେ ଗୁରୁତର ଅବସ୍ଥାରେ ତାକୁ ଆମ୍ବୁଲାନ୍ସ ରେ ମେଡିକାଲ ନେବା ବାଟରେ ସତ୍ୟବାନର ମୃତ୍ୟୁ ଘଟିଥିଲା।ଏଭଳି ପରିସ୍ଥିତିରେ ପୋଲିସର ବ୍ୟବହାର କୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଥିଲା।ସତ୍ୟବାନର ପରିବାର ଲୋକେ ଏହାଶୁଣି ଦୁଃଖରେ ଭାଙ୍ଗି ପଡିଥିଲା ବେଳେ ଆଜି ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାରୁଡ଼ା ଗ୍ରାମକୁ ଯାଇ ମୃତକର ପରିବାରକୁ ସମବେଦନା ଜଣାଇ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ମଧ୍ୟ ସାହାଯ୍ୟ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।ଘରେ ସତ୍ୟବାନର ବିଧବା ପତ୍ନୀଙ୍କ ସହ ଏକ ୭ବର୍ଷର ମାନସିକ ଅନଗ୍ରସର ପୁଅ ରହିଛନ୍ତି।ଘଟଣାକୁ ନେଇ ସୁରଟ ପୋଲିସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.