ମୁହାଁମୁହିଁ ବାଇକ ଧକ୍କାରେ ଦୁଇ ଚାଳକ ଗୁରୁତର ।

0 329

ଭଞ୍ଜନଗର,୨୨/୧୦(ପିପିଟି): ଭଞ୍ଜନଗର ଥାନା ଅଧୀନ ପଇତା ଗାଁ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ପଇତା ଗାଁ ର ଵୃଦ୍ଧିଆ ନାୟକ (୪୨) ଓ ଟୁନା ଗୌଡ଼ (୪୦) । ଵୃଦ୍ଧିଆ ମୁଜାଗଡ଼ ପଟେ ଆସୁଥିବା ବେଳେ ଟୁନା ପଇତା ଗାଁ ଅଭିମୁଖେ ଯାଉଥିଲେ। ଏହି ସମୟରେ ଦଦରାଲୁଣ୍ଡା ଓ ପଇତା ଗାଁ ରାସ୍ତା ମଝିରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବା ଡାକ୍ତର ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି।

(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.