ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ ।

0 29

ରାମନାଗୁଡା,(ପିପିଟି)୧୧/୦୫,କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ଦୁର୍ଗୀ ଠାରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାଶଙ୍କୁ ପ୍ରଦାନ କରାଯାଇଛି। ଚନ୍ଦ୍ରପୁର ବ୍ଲକର ୮ଗୋଟିପଞ୍ଚାୟତ ତରଫରୁ ୨ଲକ୍ଷ୨୫ହଜାର ଟଙ୍କା ଡ୍ରାଫ୍ଟ ଜରିଆରେ ପ୍ରଦାନ କରାଯାଇଛି। ଜିଲ୍ଲା ସଂପାଦକ ଗଗନ ଆଚାର୍ଯ୍ୟ ନେତୃତ୍ବରେ ଚନ୍ଦ୍ରପୁର ବ୍ଲକର ଚନ୍ଦ୍ରପୁର ପଞ୍ଚାୟତ ପକ୍ଷରୁ ୫୧ହଜାର,ଡାଙ୍ଗସୋରଡା ପକ୍ଷରୁ ୧୫ହଜାର,ସାରକିମା ପଞ୍ଚାୟତରୁ ୩୦ହଜାର,ହନୁମନ୍ତପୁର ପକ୍ଷରୁ ୩୨ହଜାର,ଟୁରିଗୁଡା ପକ୍ଷରୁ ୨୧ହଜାର,ବିଜାପୁର ପକ୍ଷରୁ ୧୫ହଜାର,ଡାଙ୍ଗସୋରଡା ପକ୍ଷରୁ ୩୫ହଜାର,ବୁଡୁବାଲି ପକ୍ଷରୁ ୨୫୧୦୦ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।ଏହି ସହାୟତା ରାଶି ପ୍ରଦାନ ସମୟରେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷା ସଞ୍ଜିତା ପ୍ରଟିଙ୍ଗା,ଚନ୍ଦ୍ରପୁର ସରପଞ୍ଚ ସୁରଜିତ ବ୍ରେଡେକା,ସାରକିମା ସରପଞ୍ଚ କମଳା ଦିବାକା,ବିଜାପୁର ସରପଞ୍ଚ ଗାହି ହନ୍ଦନାକା,ହନୁମନ୍ତପୁର ସରପଞ୍ଚ କାଉ ମୁନି,ଡାଙ୍ଗସୋରଡା ସରପଞ୍ଚ ଧନୁମାଝି କୁମ୍ଭୀରିକା, ଟୁରିଗୁଡା ସରପଞ୍ଚ ଦୀପ୍ତିମୟୀ ପାସ୍କାଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ଚିତରଞ୍ଜନ ନାଲା,ସୁବାଷ ମାଝି,ବ୍ଲକ ଯୁବ ନେତା ଜାମି ଗୁରୁନାଥ,ମଙ୍ଗଳା ଦିବାକା, ପୂର୍ବତନ ପ୍ରମୋଦ ସାହୁକାର ,ବାବୁଲା ପାସ୍କା, ଦାମୋଦର ପାସ୍କା, ରମେଶ ଚନ୍ଦ୍ର ଦିବାକା ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.