ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ନୂତନ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ମିଳୁନାହିଁ ।

0 891

ଶେରଗଡ,୨୯/୦୭(ପିପିଟି);ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବାହାରକୁ ସୁନ୍ଦର କିନ୍ତୁ ଭିତରେ ସବୁ ଅବ୍ଯବସ୍ଥା ଏକଥା ଭିତରକୁ ପଶିଲେ ସ୍ପଷ୍ଟ ଜଣାପଡୁଛି । ଶେରଗଡ ବ୍ଲକ୍ ରେ ନୂତନ ହିତାଧିକାରୀ ଭତ୍ତା ପାଇବା ପାଇଁ ତାଲିକା ଆସିଯାଇଛି କିନ୍ତୁ ଭତ୍ତା ବଣ୍ଟନ ନକରି ମନ୍ଦ ଉଦ୍ଦେଶ୍ୟ ତାକୁ ଅଟକାଇ ରଖାଯାଇଥିବା ଜଣାପଡ଼ିଛି । ଶେରଗଡ ବ୍ଲକ୍ ଅନ୍ତର୍ଗତ ପିତ୍ତଳ ପଞ୍ଚାୟତରେ ନୂତନ ହିତାଧିକାରୀଙ୍କ ତାଲିକା କିଛି ମାସ ପୂର୍ବରୁ ଆସିଥିଲେ ମଧ୍ୟ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ମିଳୁନାହିଁ । ଆଜି ଦିଆଯିବ କାଲି ଦିଆଯିବ କହି ଭଣ୍ଡାଉଥିବା ଅଭିଯୋଗ ଶୁଣିବାକୁ ମିଳୁଛି ।ପିତ୍ତଳ,ସନ୍ତୋଷପୁର ଓ ପାକିଡି ଗାଁର ନୂତନ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ପ୍ରଦାନରେ ବିଳମ୍ବ କାହିଁକି ବୋଲି ପ୍ରଶ୍ନ ଉଠୁଛି । କରୋନା ମହାମାରୀ ସମୟରେ ଲୋକଙ୍କ ଅର୍ଥନୈତିକ ସ୍ଥିତି ଭୁଷୁଡି ପଡିଥିବା ବେଳେ ଭତ୍ତା ଟଙ୍କା ପ୍ରଦାନ ନକରିବା ଘଟଣା ନିଶ୍ଚିତ ଭାବରେ ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଉଛି । ପିତ୍ତଳ ପଞ୍ଚାୟତ ପ୍ରାୟ ୧୪ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ମିଳି ନାହିଁ । ଏହି ଘଟଣା ସଂପର୍କରେ ସରକାର ଓ ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.