ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଘରୋଇ ଫାଇନାନ୍ସ କମ୍ପାନୀଙ୍କ ଋଣ କିସ୍ତି ଆଦାୟକୁ ନେଇ ଅସନ୍ତୋଷ ।

0 398

ଶେରଗଡ,୧୪/୦୭(ପିପିଟି); ମହାମାରୀ କରୋନା ସାରା ଭାରତ କୁ ଗ୍ରାସ କରିଥିବା ବେଳେ ଗରିବ ଖଟିଖିଆଙ୍କ ଦୁଃଖ କହିଲେ ନ ସରେ ଦୀର୍ଘ ୪ ମାସରୁ ଉର୍ଦ୍ଧ୍ବ ଦିନ ଲକ ଡାଉନ ଓ ସର୍ଟ ଡ଼ାଉନ ଚାଲିଛି ଭାରତ । ଗଞ୍ଜାମ ଜିଲ୍ଲାରେ କରୋନା ହୁ ହୁ ହୋଇ ବଢିଚାଲିଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ଜୀବିକା ଠପ ହୋଇ ଯାଇଛି । ଏହିଭଳି ପରିସ୍ଥିତିରେ ଗରିବ ଲୋକଙ୍କ ଉପରେ ଫାଇନାନ୍ସ କମ୍ପାନୀ ମାନଙ୍କ ଜୁଲମ । ଆଜି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଏକ ଘରୋଇ ଫାଇନାନ୍ସ କମ୍ପାନୀ ଅର୍ଣ୍ଣପୂର୍ଣ୍ଣା ର କର୍ମଚାରୀ ମାନେ ଆସି ଲୋକ ମାନଙ୍କଠୁ ଟଙ୍କା ଆଦାୟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସରକାର କୌଣସି ଲୋକଙ୍କ ଠୁ ଜୋର ଜବରଦସ୍ତ ମାସିକ କିସ୍ତି ଆଦାୟ ନକରିବା ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା କିଛି  ଘରୋଇ କମ୍ପାନୀର କର୍ମଚାରୀ ମାନେ ଆସି ଗରୀବ ଲୋକ ମାନଙ୍କ ଠୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି । ଏଠି  ପ୍ରଶ୍ନ ଉଠୁଚି ଯେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଗରୀବ ଲୋକ ମାନଙ୍କୁ ଖାଇବାକୁ  ମିଳୁ ନଥିବାବେଳେ ଘରୋଇ ଫାଇନାନ୍ସ କମ୍ପାନୀ ମାନେ ଆସି ଗରୀବ ଲୋକଙ୍କ ଉପରେ ଜୁଲମ କରୁଛନ୍ତି । ଜିଲ୍ଲା ପ୍ରଶାସନ ଏହି ଦିଗରେ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.