ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମଣିଷ ବଦଳରେ ମେସିନ୍ କାର୍ଯ୍ୟକୁ ନେଇ ବିବାଦ,ଥାନାରେ ମାମଲା ରୁଜୁ ।

0 3,051

ହିଞ୍ଜିଳିକାଟୁ,(ପିପିଟି)୧୩/୦୬, ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଖରିଡା ଗ୍ରାମରେ ମନରେଗା କାର୍ଯ୍ୟରେ ମଣିଷ ବଦଳରେ ମେସିନ୍ କାର୍ଯ୍ୟ କରୁଥିବା ନେଇ ବିବାଦ ଦେଖାଦେଇଛି ।ସୂଚନା ଅନୁଯାୟୀ ଖରିଡା ବଡବନ୍ଧ ପଙ୍କ ଉଦ୍ଧାର ପାଇଁ ମନରେଗା ଯୋଜନାରୁ ଅର୍ଥ ଅନୁମୋଦନ ହୋଇଛି ଏବଂ ପଙ୍କ ଉଦ୍ଧାର ପାଇଁ ବଡବନ୍ଧକୁ ଶୁଖିଯିବା ପରେ କାର୍ଯ୍ୟ ଆରମ୍ଭ ଗତ ଜୁନ୍ ୧୦ ତାରିଖରୁ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି କିନ୍ତୁ ଗରୀବ ଲୋକ ମାନଙ୍କୁ କାର୍ଯ୍ୟ ଯୋଗାଇବା ସରକାରଙ୍କ ମୂଳ ଲକ୍ଷ୍ୟ ରହିଥିବା ବେଳେ ତଳସ୍ତରର ଅସାଧୁ ଅଧିକାରୀ ଓ ଦୁର୍ନୀତି ଗ୍ରସ୍ତ ନେତାଙ୍କ ପାଇଁ ସମ୍ଭବ ହୋଇ ପାରୁନାହିଁ ।କାର୍ଯ୍ୟ ଆରମ୍ଭରୁ ହିଁ ମଣିଷ ବଦଳରେ ମେସିନ୍ ଦ୍ବାରା କାର୍ଯ୍ୟ କରିବା ଏବଂ ବନ୍ଧରୁ ବାହାର କରାଯାଇଥିବା ମାଟି ଓ ପଙ୍କକୁ ଇଟା ଭାଟି ମାଲିକଙ୍କୁ ବିକ୍ରି କରାଯାଉଥିବା ନେଇ ଖରିଡା ଗ୍ରାମର ଯୁବକ ମାନେ ପ୍ରତିବାଦ କରିବାରୁ ଗତ ଜୁନ୍ ୧୧ ତାରିଖ ଦିନ ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ଉକ୍ତ ଗ୍ରାମର ଯୁବକ ଗୋଷ୍ଠୀ ମଧ୍ୟରେ ଯୁକ୍ତି ତର୍କ ସହିତ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିବା ଜଣାପଡିଛି ।ସରପଞ୍ଚଙ୍କ ଦବଙ୍ଗଗିରୀ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।ଉଭୟ ଗୋଷ୍ଠୀ ପକ୍ଷରୁ ଦୁଇଟି ଏତଲା ଭିତିରେ ପୁଲିସ୍ ଦୁଇଟି ମାମଲା ରୁଜୁ କରିଛନ୍ତି । କିଛି ଭିଡିଓ ଓ ଫଟୋରୁ ସ୍ପଷ୍ଟ ଜଣା ପଡିଛୁ ଯେ ମନରେଗା କାର୍ଯ୍ୟରେ ଜେସିବି ମେସିନ୍ କାର୍ଯ୍ୟ କରୁଛି ଏବଂ ଯୁବକ ମାନେ ଘଟଣାର ପ୍ରତିବାଦ କରି ଯୁକ୍ତି ତର୍କ କରିବା ସମୟରେ ସରପଞ୍ଚଙ୍କ ଗୋଷ୍ଠୀ ଆକ୍ରମଣ ପାଇଁ ଧମକ ଦେଉଥିବା ଚର୍ଚ୍ଚାର ବିଷୟ ହୋଇଛି ।ସରପଞ୍ଚ ନିଜର ଭୁଲ୍ କୁ ଲୁଚାଇବା ପାଇଁ ଦାଦା ବଟି ମାଗିବା ଭଳି ଘଟଣାକୁ ଅଭିଯୋଗ ଆଣିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ! ଯାହା ବି ହେଉ  ମନରେଗା କାର୍ଯ୍ୟରେ ମେସିନ୍ ଲଗାଇବା ପାଇଁ କେଉଁ ଅଧିକାରୀ ଅନୁମତି ଦେଲେ ଏବଂ ଏହି ଘଟଣାରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କାହିଁକି କରୁଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ମନରେଗା ଯୋଜନାରେ ମେସିନ୍ କାର୍ଯ୍ୟ କରୁଥିବା ଘଟଣାରେ ଯେଉଁ ମାନଙ୍କର ସଂପୃକ୍ତି ରହିଛି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହେଉଛି । ମୁଖ୍ୟମନ୍ତ୍ରୀ କହିଥିବ କଥା,ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲରେନ୍ସ କୁ  ସମ୍ପର୍ଣ୍ଣ କାର୍ଯ୍ୟକରୀ ଏହି ଘଟଣାରେ ହେବତ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।
ରିପୋର୍ଟ – ପ୍ରଶାନ୍ତ କୁମାର ନାୟକ ।

Leave A Reply

Your email address will not be published.