ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଆବାସ ଓ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଗରୀବ ପରିବାର ।

0 1,255

ଶେରଗଡ,୨୭/୦୮(ପିପିଟି); ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ର ସଂଯୁକ୍ତା ଭୂୟାଁ ଓ ସ୍ୱାମୀ ରବି ଭୂୟାଁ ଉଭୟ ଆବାସ ଓ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ, ନା ଅଛି ଘର ନା ଅଛି ରାସନ କାର୍ଡ଼ । ଉଭୟ ସ୍ୱାମୀ ଓ ସ୍ତ୍ରୀ ଦୁଇ ପୁଅଙ୍କୁ ନେଇ ପର ଘରେ ଭଡ଼ା ରେ ରହୁଛନ୍ତି । ଦୀର୍ଘ ବର୍ଷ ହେଲା ପର ଘର ଉପରେ ନିର୍ଭରଶୀଳ ହୋଇ ଜୀବନ ବିତାଉଛନ୍ତି । ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଗୋଚର ହେଉନଥିବା ପରିଲକ୍ଷିତ ହେଉଛି । ସରକାରଙ୍କ ଯୋଜନା କେବଳ ଯୋଜନା ରେ ରହିଯାଉଥିବା ଦେଖିବାକୁ ମିଳୁଛି । ସରକାର ଗରିବ ଲୋକ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରଥିଲେ ମଧ୍ୟ ଏହା ବାଟମାରଣା ହେଇଯାଉଥିବା ଦେଖିବାକୁ ମିଳୁଛି । ଗରିବ ଲୋକ ଅପେକ୍ଷା ଧନୀ ଲୋକ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଉଛି, ହେଲେ ନିରୀହ ଗରିବ ଲୋକଟି କାହାକୁ କହିବ, କିଏ ତା କଥା ଶୁଣିବ ! ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ୍ ବସିଛି । ମୁଖ୍ୟମନ୍ତ୍ରୀଙ୍କ ଭରସାରେ ଆଜିବି ଲୋକ ମାନେ ଆଶାରେ ଅଛନ୍ତି ସେମାନଙ୍କୁ ନ୍ୟାୟ ନିଶ୍ଚିତ ମିଳିବ । ଏଣୁ ମୁଖ୍ୟମନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେଇ ନିରୀହ ଗରିବ ଲୋକ ମାନଙ୍କ ଦୁଃଖକୁ ବୁଝନ୍ତୁ ଏବଂ ସେମାନଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି । ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.