ଶେରଗଡ,(ପିପିଟି ନ୍ଯୁଜ୍)-୧୬/୦୪ : ଶେରଗଡ ବ୍ଲକ ଅନ୍ତର୍ଗତ ତାକରଡା ଗ୍ରାମପଞ୍ଚାୟତର ତାକରଡା ଗ୍ରାମର ବେଆଇନ ଦେଶୀ ମଦ ବିକ୍ରି କରୁଥିବା ଦୁଇଜଣଙ୍କୁ ଗୁରୁବାର ସନ୍ଧ୍ୟାରେ ତହସିଲଦାର ଡଃ.ଦୟାସିନ୍ଧୁ ପରିଡା ଓ ଟିମ ସହ ପୋଲିସର ମିଳିତ ଚଡାଉ ରେ ଭଣ୍ଡାରୀ ସାହିର କାଳିଆ ଡାକୁଆ ଓ ବଡଦାଣ୍ଡ ସାହିର କହ୍ନେଇ ପାତ୍ରଙ୍କ ଠାରୁ ବ୍ୟାଗରେ ଭର୍ତି ହୋଇଥିବା ପ୍ୟାକେଟ ମଦ ଜବତ ହୋଇଛି ।ପ୍ରକାଶ ଥାଉକି ପିତ୍ତଳ, ଗୋଠଗାଁ ଓ ଧନନ୍ତର ପରେ ପୁଣି ତାକରଡାରେ ଦେଶି ମଦ ଜବତ ।କୋରାନା ପାଇଁ ସାରା ବିଶ୍ବ ଚିନ୍ତିତ ଥିବା ବେଳେ କିନ୍ତୁ ମଦ ବେପାରୀଙ୍କ କଚେପୁଅ ବାର ଲକଡାଉନ ପାଇଁ ସମସ୍ତ ଭାଟି ବନ୍ଦ ଥିବାବେଳେ ମଦ କେଉଁଠୁ ଆସୁଛି ଓ ଏତେ କଟକଣା ସତ୍ତ୍ୱେ କିଏ ଯୋଗାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ରିପୋର୍ଟ – ଭିକୁ ନାୟକ ।