ମୁଖ୍ୟମନ୍ତ୍ରୀଙ୍କୁ “ହିରୋ ଅଫ୍ ଆନିମଲ”ପୁରସ୍କାର ଦେବ ପେଟା ଇଣ୍ଡିଆ ।

0 37

ଭୁବନେଶ୍ବର:୦୩/୦୪- ମୁଖ୍ୟମନ୍ତ୍ରୀଙ୍କୁ “ହିରୋ ଅଫ୍‌ ଆନିମଲ” ପୁରସ୍କାର ଦେବ ପେଟା ଇଣ୍ଡିଆ। ପୁଣି ଦେଶରେ ଏକ ଉଦାହରଣ ସୃଷ୍ଟି କରି ସମ୍ମାନର ହକଦାର ହୋଇଛି ଓଡ଼ିଶା। କରୋନା ଲକ୍‌ଡାଉନ୍‌ ସମୟରେ ରାଜ୍ୟରେ ଜନବସତି ମାନଙ୍କରେ ଥିବା ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ୫୪ ଲକ୍ଷ ଟଙ୍କା ରାଜ୍ଯର ୫ଟି ମହାନଗର ଓ ୪୮ ପୌରାଞ୍ଚଳରେ  ସ୍ବତନ୍ତ୍ର ବ୍ୟବୟବରାଦ କରି କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ ଉଚ୍ଚ ପ୍ରଶାଂସିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଅନ୍ତର୍ଜାତୀୟ ପଶୁସେବା ସଂସ୍ଥାନ ପିପୁଲ୍ ଫର୍‌ ଦ ଏଥିକାଲ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍‌ସ (PETA) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯିବ।
ପେଟାର ଭାରତ ସିଇଓ ଡକ୍ଟର ମଣିଲାଲ୍‌ ଭାଲିୟାତେ କହିଛନ୍ତି ଯେ ଗୋଷ୍ଠୀ ଭିତରେ ରହୁଥିବା ପଶୁପକ୍ଷୀ ରେସ୍ତୋରାଁ, ଦୋକାନ ବଜାରର ବର୍ଯ୍ୟଖାଦ୍ୟ ସାଙ୍ଗକୁ ଲୋକଙ୍କ ହାତରୁ ଫିଙ୍ଗା ହେଉଥିବା ଖାଦ୍ୟ ଉପରେ ନିର୍ଭର କକରି ବଞ୍ଚିଥାାଆନ୍ତି। ଲକକ୍‌ଡାଉନ୍‌ ସମୟରେ ଦୋକାନବଜାର ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଲୋକାମନେ ମଧ୍ୟ ଘରୁ ବାହାରୁ ନାହାନ୍ତି। ଏଭଳି ସମୟରେ ବୁଲା ପଶୁପକ୍ଷୀ ଭୋକରେ ଓ କଷ୍ଟରେ ଅଛନ୍ତି। ଆମେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ କୃତଜ୍ଞ ଯେ ସେ ଏହି ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଣ ନିମନ୍ତେ ସ୍ବତନ୍ତ୍ର ପାଣ୍ଠି ଦେଇଛନ୍ତି। ସେଥିପାଇଁ ତାଙ୍କୁ ପେଟା ପକ୍ଷରୁ ସମ୍ମାନିତ କରାଯିବ ।

Leave A Reply

Your email address will not be published.