ବରଗଡ,(ପିପିଟି ନ୍ଯୁଜ୍)୦୩/୦୪ :- କୋରୋନା ମହାମରୀ କୁ ମୁକାବିଲା କରିବା ପାଇଁ ଏବେ ସରକାର ଙ୍କର ସହିତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ , ଅବସର ପ୍ରାପ୍ତ ସରକାରୀ କର୍ମଚାରୀ, ବ୍ୟକ୍ତି ବ୍ୟକ୍ତିବିଶେଷ ଆଗେଇ ଆସିଛନ୍ତି । ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ନିଜ ନିଜ ସାଧ୍ୟମତେ ଲୋକଙ୍କ ସେବା କରିବାର ପ୍ରୟାସ ଜାରି ରଖିଛନ୍ତି । ଗତ କିଛିଦିନ ତଳେ ପାଇକମାଲ ବ୍ଲକ ମିଠାପାଲି ଗ୍ରାମର ଅବସର ପ୍ରାପ୍ତ ସେକ୍ସନ ଅଫିସର ଶ୍ରୀ ଖେତ୍ରୀ ଲୁହାର ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ ଫଣ୍ଡ କୁ ନିଜର ତିନି ମାସର ପେନସନ ଦାନ କରି ଉଛ ପ୍ରଶଂସିତ ହେଇଥିଲେ । ଏହାପରେ ଆଜି ପାଇକମାଲ ରେ ଅବସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ର ସିନିଅର ସୋସିଆଲ ସାଇନ୍ସ ଶିକ୍ଷକ ଡ଼ା, ପଟ୍ଟନାୟକ ୫୦ ହଜାର ଟଙ୍କା ଓ ପାଇକମାଲ ନିବାସୀ ଅନ୍ନପୂର୍ଣ୍ଣା ରାଇସ ମିଲର ମାଲିକ ଶ୍ରୀ ସୁରେଶ ଅଗ୍ରୱାଲ ଙ୍କର ମାତା ଶ୍ରୀମତୀ ସାବିତ୍ରୀ ଦେବୀ ୫୧ ହଜାର ଟଙ୍କାର ଚେକ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ, ପାଇକମାଲ ବିଡିଓ ଶ୍ରୀ ସୁରେନ୍ଦ୍ର ମେହେର , ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ଙ୍କର ଉପସ୍ଥିତ ରେ ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବାରିହାଙ୍କୁ ପ୍ରଦାନ କରିଥିଲେ । ବର୍ତ୍ତମାନ ସାରା ବିଶ୍ୱ ଏକ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଛି । ବର୍ତ୍ତମାନ ସମସ୍ତ ରାଜ୍ୟ ବସି ସମସ୍ତ କଟକଣା ମାନି ଚଳିବା ସହିତ ସରକାର ଙ୍କୁ ସାଧ୍ୟମତେ ସହଯୋଗ କରନ୍ତୁ ବୋଲି ବିଧାୟକ କହିଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ