ମୁଁ ଏକା ନୁହଁ, ମୋ ସହିତ ମୋ ସଂଘ ଅଛି, କାର୍ଯ୍ୟକ୍ରମ ଶୁଭାରମ୍ଭ ।

0 249

ବ୍ରହ୍ମପୁର, ତା. ୨୨/୦୭(ପିପିଟି);ରାଜ୍ୟର ସର୍ବବୃହତ୍ କଳାକାର ସଂଗଠନ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ତରଫରୁ “ମୁଁ ଏକା ନୁହଁ, ମୋ ସହିତ ସଂଘ ଅଛି” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । କୌଣସି କଳାକାର ଏକୁଟିଆ କି ଅସହାୟ ନୁହନ୍ତି, ସଭିଙ୍କ ସୁଖରେ ଦୁଃଖରେ ସଂଘ ଉପସ୍ଥିତ ରହି ଯଥାସମ୍ଭବ ସେବା ଯୋଗାଇ ଦେଇ ଆତ୍ମପ୍ରତ୍ୟୟ ଆଣିଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ସଂଘର ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ସହିତ ସର୍ବଶ୍ରୀ ଭଗବାନ ସାମଲ, ସଙ୍ଗୀତଜ୍ଞ ଲକ୍ଷ୍ମୀ ନାରାୟଣ ସାମଲ, କଣ୍ଠଶିଳ୍ପୀ ପ୍ରଦୀପ କୁମାର ସାହୁ, ଯନ୍ତ୍ରସଙ୍ଗୀତବିତ୍ କୁନୁ ବେହେରା ଓ ନୀଳମାଧବ ଜେନା ପ୍ରମୁଖ ବୟସାଧିକ୍ୟ ହେତୁ ପୀଡ଼ିତ ସଂଘର ଜନୈକ ବରିଷ୍ଠ ସଦସ୍ୟ ସୁନାମଧନ୍ୟ ଯନ୍ତ୍ରସଙ୍ଗୀତବିତ୍ ସନିଆ ବେହେରାଙ୍କ ଆସ୍କା ରୋଡ଼ ହନୁମାନ ନଗର ସ୍ଥିତ ବାସଭବନକୁ ଯାଇ ସଂଘ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରିବା ସହ କିଛି ଆର୍ଥିକ ସହାୟତା ଯୋଗାଇ ଦେଇ ତାହାଙ୍କ ମନରେ ଆତ୍ମପ୍ରତ୍ୟୟ ଭରି ଦେଇଥିଲେ । ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ମାମାଙ୍କ ନିର୍ଦେଶ ତଥା କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ସହଯୋଗ କ୍ରମେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା ।

Leave A Reply

Your email address will not be published.