ମା’ ଘର ସୁରକ୍ଷା ସେନା ତରଫରୁ କମ୍ବଳ ଓ ମାକ୍ସ ବଣ୍ଟନ ।

0 271

ମାଲକାନଗିରି,୦୯/୦୧(ପିପିଟି): ନୂତନ ଭାବେ ଗଠନ ହୋଇଥିବା ମା’ ଘର ସୁରକ୍ଷା ସେନା ତରଫରୁ ମାଲକାନଗିରି ପୌରାଞ୍ଚଳରେ ଥିବା ଗରିବ ଲୋକମାନଙ୍କୁ କମ୍ବଳ ଏବଂ ମାକ୍ସ ବଣ୍ଟନ କରାଯାଇଛି ।ମାଲକାନଗିରି ଜିଲ୍ଲାରେ ଧୀରେ ଧୀରେ ଶୀତର ଲହରୀ ବୃଦ୍ଧି ପାଇବାରେ ଲାଗିଛି । ଫୁଟପାଥରେ ବାସହରା ହୋଇ ରାତ୍ର ଯାପନ କରୁଥିବା ବେସାହାର ବ୍ଯକ୍ତିମାନେ ଶୀତର ପ୍ରକୋପରେ କଷ୍ଟ ସହ୍ଯ କରୁଥିବା ବେଳେ ସମାଜ ସେବାକୁ ମୂଳମନ୍ତ୍ର ଭାବେ ଆବୋରୀ ନେଇଥିବା ନୂତନ ଭାବେ ଗଠନ ହୋଇଥିବା ମା’ ଘର ସୁରକ୍ଷା ସେନାର କର୍ମକର୍ତ୍ତାମାନେ ଆଜି କମ୍ବଳ ଓ ମାକ୍ସ ବଣ୍ଟନ କରି ମାନବୀୟ ମୂଲ୍ଯବୋଧକୁ ହୃଦବୋଧ କରି ପ୍ରଶଂସା ସାଉଁଟିଛନ୍ତି । ଆଜି ଟେକ୍ ବାଡି ସାହି,ଡିଏନକେ,ଫୁଟ୍ ବଲ ପଡ଼ିଆ, ନୂଆ ଗୁଡା, ମେଡିକାଲ ରୋଡ, ବସ୍ ଷ୍ଟାଣ୍ଡ, ଭୈରବୀ ସାହି, ଆଶୀର୍ବାଦ କୋଲନିରେ କମଳ ଓ ମାକ୍ସ ବଣ୍ଟନ କରିଥିଲେ I ସଂଘର ସଭାନେତ୍ରୀ ପ୍ରଶାନ୍ତିଲତା ବିଷୋୟୀ ସମ୍ପାଦୀକା ଦୁଲାଲି ଥଣ୍ଡର, ରାଜ୍ୟ ସହ ସମ୍ପାଦିକା ଗୀତାଞ୍ଜଳି ମହାପାତ୍ର, ଉପ-ସଭାନେତ୍ରୀ ଲକ୍ଷ୍ମୀ ଦେବନାଥ,ଗଙ୍ଗ ଅଲ୍ଲି,ପୁଷ୍ପା ମଜୁମଦାର,ସୋପ୍ନା, ଲକ୍ଷ୍ମୀ ବିଶ୍ଵାସ,ତାପସୀ ମଣ୍ଡଳ ଓ ଅନ୍ୟ ମହିଳାମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.