ମାସ୍କ ବାଣ୍ଟି ସଚେତନତାର ବାର୍ତ୍ତା ଦେଲେ ଏସପି ।

0 123

ଉଲୁଣ୍ଡା,(ପିପିଟି)୦୨/୦୫ , ସାରା ବିଶ୍ୱରେ କରୋନା ଭୁତାଣୁ ଆତଙ୍କ ଖେଳାଇ ଥିବା ବେଳେ ତାକୁ କିଭଳି ରୋକା ଯାଇପାରିବ ତାକୁ ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟ ହାତକୁ ନିଆଯାଉଛି ।ଏ ନେଇ ଗତକାଲି ସନ୍ଧ୍ୟାରେ ସୁବର୍ଣ୍ଣପୁର ଏସପି ଦେବୀ ପ୍ରସାଦ ଦାସ ଜିଲ୍ଲା ପୋଲିସ ସଂଘର ସଂପାଦକ ଦିନେଶ ମିଶ୍ର,ସରଜେଣ୍ଟ ବିଶ୍ୱନାଥ ଜେନାଙ୍କ ସମେତ ବହୁ ପୋଲିସ ଅଧିକାରୀ ଉଲୁଣ୍ଡା ବ୍ଲକର ଜାଲୋଏ ଗ୍ରାମ ପଂଚାୟତ ଅନ୍ତର୍ଗତ କ୍ଷୀରପୁର ଆଦିବାସୀ ପଡାକୁ ପହଞ୍ଚି ମାସ୍କ , ସାବୁନ ମାଗଣାରେ ବାଣ୍ଟିବା ସହ କରୋନା ମହାମାରୀକୁ କିପରି ପ୍ରତିହତ କରାଯାଇପାରିବ ସେ ସମ୍ପର୍କରେ ପଡା ବାସିଙ୍କୁ ବୁଝାଇଥଲେ ।ପ୍ରତି ମୁହୂର୍ତ୍ତରେ ସାବୁନ ରେ ହାତ ଧୋଇବା ସହ ମୁହଁରେ ମାସ୍କ  କିମ୍ବା ରୁମାଲ ବାନ୍ଧିବା, ବାହାରକୁ ଗଲେ ସାମାଜିକ ଦୂରତା ରକ୍ଷା କରିବା ଉପରେ ମଧ୍ୟ ପରାମର୍ଶ ଦେଇଥିଲେ ।ଏସପିଙ୍କ ଏହି ମହାନ କାର୍ଯ୍ୟପାଇଁ ପଡ଼ାବାସୀ ତଥା ପଂଚାୟତ ବାସୀ ଏସପି ଶ୍ରୀ ଦାସଙ୍କୁ ପ୍ରଶଂସା କରିଛନ୍ତି ।
ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.