ମାସ୍କ ପିନ୍ଧି ନଥିବା ଅମାନିଆଙ୍କଠାରୁ ଫାଇନ ଆଦାୟ ।

0 154

ଉଲୁଣ୍ଡା,(ପିପିଟି)୦୩/୦୫ -କରୋନା ସଂକ୍ରମଣ କୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେବା ସହ ଗାଁ ଠୁ ଆରମ୍ଭ କରି ରାସ୍ତା,ଘାଟ ସହର,ବଜାର ଛକ ସାହି ବସ୍ତି ମାନଙ୍କରେ ଜନସାଧାରଣଙ୍କୁ ସଚେତନ ମଧ୍ୟ କରୁଛନ୍ତି ।ଏହା ସତ୍ତ୍ୱେ କିଛି ଅମାନିଆ ବାଇକ ଚାଳକ ନିୟମକୁ ବେଖାତିର କରି ମାସ୍କ  ନ ପିନ୍ଧି ଯାତାୟତ କରୁଥିବାରୁ ତାଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି ।ଶନିବାର ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୋଟ ୨୪ ଜଣ ଅମାନିଆ ଙ୍କଠାରୁ ୪୮୦୦ ଟଙ୍କା ଆଦାୟ କରାଯାଇଛି ।ଏପରିକି ବିନା କାରଣ ରେ ବୁଲାବୁଲି କରୁଥିବା ଲୋକଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ କରାଯାଇଛି ।ଏଥିରେ ଉଲୁଣ୍ଡା ଆଇଆଇସି ବିଧୁଭୂଷଣ ପୁଟା ଙ୍କ ନେତୃତ୍ୱରେ ଏସଆଇ ପ୍ରଦୀପ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ ।
ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.