ପୋଲସରା, ୦୭/୧୧(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ମାଳ ତେନ୍ତୁଳିଆ ଗ୍ରାମ ଠାରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ସୁଭଲାଭ ପ୍ରଧାନ ଏବଂ ଟୁକୁନା ସାହୁଙ୍କ ନେତୃତ୍ୱରେ ୫୦ ରୁ ଉର୍ଦ୍ଧ୍ବ ବିଜେପି ପରିବାର ବିଜେପି ଦଳ ତ୍ୟାଗକରି ବିଜୁ ଜନତା ଦଳରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି।