ମାଲକାନଗିରି ତହସିଲରେ ନୂତନ ତହସିଦାରଙ୍କ ଯୋଗଦାନ ।

0 278

ମାଲକାନଗିରି,୦୮/୧୧(ପିପିଟି):ମାଲକାନଗିରି ତହସିଲରେ ନୂତନ ତହସିଲଦାର ଭାବେ ରାଖାଲ ଚନ୍ଦ୍ର ପରିଡା ଯୋଗ ଦେଇଥିବା ବେଳେ ଡଃ ଗୁଣନିଧି ନାୟକଙ୍କ ତହସିଲରୁ ଦାୟିତ୍ବ ମୁକ୍ତ ହୋଇଥିବା ଜଣାପଡିଛି । ତେବେ ରାଜ୍ଯ ସରକାର ତାଙ୍କୁ କୌଣସି ସ୍ଥାନରେ ପୋଷ୍ଟିଂ କରିନଥିବା ଜଣାପଡିଛି । ଡଃ ନାୟକ ଦୀର୍ଘ ଦିନ ହେଲା ମାଲକାନଗିରି ତହସିଲରେ ତହସିଲଦାର ଭାବେ ଦାୟିତ୍ବ ନିର୍ବାହ କରି ଆସୁଥିବା ତହସିଲଦାର ଗୁଣନିଧି ନାୟକ ସେ ଏକ କର୍ତ୍ତବ୍ଯନିଷ୍ଠ,କର୍ମଠ,ମିଷ୍ଟଭାଷୀ,ସୁବକ୍ତା,ସୁସାହିତ୍ଯିକ ଭାବେ ସର୍ବତ୍ର ପ୍ରଶଂସା ସାଉଁଟୁଥିବା ଜଣେ ସୁଦକ୍ଷ ଓଡିଶା ପ୍ରଶାସନିକ ସେବ ଅଧିକାରୀ । ଯେ କୌଣସି ବିଭାଗର କାର୍ଯ୍ଯ ଭାର ନେଇ ସୁଚାର ରୂପେ ଦାୟିତ୍ବ ନିର୍ବାହ କରିବାରେ ନିପୂଣ ନିଖୁଣ ଗୁଣ ସଂପନ୍ନ ବ୍ଯକ୍ତି ବିଶେଷ । ଜିଲ୍ଲାପାଳମାନେ ତାଙ୍କ ଦକ୍ଷତାରେ ସର୍ବଦା ସନ୍ତୁଷ୍ଟ ହୋଇ ଆବଶ୍ଯକ କରିଥାନ୍ତି । ତାଙ୍କ କାର୍ଯ୍ଯ ଶୈଳୀର କୌଣସି ପଟ୍ଟାନ୍ତର ନାହିଁ ।କରୋନା ସମୟରେ ମାଲକାନଗିରି ସଦରମହକୁମାରେ ଜନ ସଚେତନ କରିବା ତଥା ସହର ବଜାରର ଭିଡକୁ ନିୟତନ୍ତ୍ର କରିବାରେ ମୁଖ୍ଯ ଭୂମିକା ଗ୍ରହଣ କରିଥିଲେ । ସେ ମାଲାନଗିରି ବ୍ଲକରେ କିଛି ଦିନ ବିଡିଓ ରହିଥିଲା ବେଳେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ,ସଂସ୍କୃତି ଅଧିକାରୀ,ପର୍ଯ୍ଯଟନ ଅଧିକାରୀ,ନିର୍ବାଚନ ନୋଡାଲ ଅଫିସର, ପ୍ରତିଷ୍ଠାନ ବିଭାଗର ଡେପୁଟି କଲେକ୍ଟର, ଭାରପ୍ରାପ୍ତ ବିଡିଓ କୋରୁକୋଣ୍ଡା ମଧ୍ଯ ଥିଲେ । କିଛି ଦିନ ପାଇଁ ମାଲକାନଗିରି ସବ-ରେଜିଷ୍ଟାର ଦାୟିତ୍ବ ନିର୍ବାହ କରିଥିଲେ । ସେ ୨୦୧୮ ଅଗଷ୍ଟ ମାସରେ ପ୍ରଥମେ ମାଲକାନଗିରି ତହସିଲଦାର ଭାବେ ଯୋଗଦେଇଥିଲେ ।ତାଙ୍କୁ କିଛି ମାସ ତଳେ ବଲାଙ୍ଗିର ଜିଲ୍ଲାକୁ ବଦଳି କରାଯାଇଥିଲେ ମଧ୍ଯ ସେ କୌଣସି କାରଣରୁ ଯୋଗ ଦେଇ ନଥିଲେ । ବର୍ତ୍ତମାନ ମାଲକାନଗିରି ତହସିଲରେ ନୂତନ ତହସିଲଦାର ଭାବେ ରାଖାଲ ଚନ୍ଦ୍ର ପରିଡା ଯୋଗ ଦେଇଥିବା ବେଳେ ଡଃ ଗୁଣନିଧି ନାୟକଙ୍କୁ ରାଜ୍ଯ ସରକାର କୌଣସି ଜିଲ୍ଲାରେ ପ୍ଲେସ ଅଫ ପୋଷ୍ଟିଂ ଦେଇ ନଥିବା ଜଣାପଡିଛି । ବର୍ତ୍ତମାନ ମାଲକାନଗିରି ତହସିଲଦାର ଭାବେ ଯୋଗ ଦେଇଥିବା ରାଖାଲ ଚନ୍ଦ୍ର ପରିଡା,ପୂର୍ବରୁ ନୂଆପଡା ଡେପୁଟି କଲେ କଲେକ୍ଟର ଭାବେ ଏକ ବର୍ଷ ରହିଥିଲେ ।ସେ ଠାରୁ ସେ ବଦଳହୋଇ ମାଲକାନଗିରି ଜିଲ୍ଲାକୁ ଆସିଥିବା ବେଳେ ଗତ ୬.୧୧.୨୦୨୧ ତାରିଖରେ ମାଲକାନଗିରି ତହସିଲଦାର ଭାବେ ଯୋଗ ଦେଇଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.