ମାଲକାନଗିରି ଜିଲ୍ଲା ବିଜେଡି ବୈଠକରେ ଯୋଗ ଦେଲେ ରାଜ୍ୟ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ।

0 391

ଚିତ୍ରକୋଣ୍ଡା,(ପିପିଟି ନ୍ଯୁଜ୍)୨୩/୦୫,ମାଲକାନଗିରି ଜିଲ୍ଲା ବିଜୁଜନତା ଦଳ ତରଫରୁ ଜିଲ୍ଲା ସଭାପତି ପୂର୍ଣ ଚନ୍ଦ୍ର ବାକା ମାନ୍ୟବର ବିଧାୟକ ଚିତ୍ରକୋଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଜିଲ୍ଲା ସର୍କିଟ ହାଉସ୍ ଠାରେ ସ୍ୱତନ୍ତ୍ର କୋଭିଡ୍ ୧୯ ତଥା ମାଲକାନଗିରି ଜିଲ୍ଲା ବିଜୁ ଜନତାଦଳ କୁ ସୁସଙ୍ଗଠିତ କରିବା ପାଇଁ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳର ମୁଖ୍ୟ ସଂଗଠକ ସେକ୍ରେଟାରୀ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓ ଅନ୍ୟତମ ପୂର୍ବତନ ମନ୍ତ୍ରୀ ତଥା ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା ଯୋଗ ଦେଇ କର୍ମୀମାନଙ୍କୁ ବିଶ୍ୱରେ ଭୟାବହ ସୃଷ୍ଟି କରିଥିବା କୋରନା ଜୀବାଣୁ ରୁ ସୁରକ୍ଷିତ ରହିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କ ମୂଳକ ନୀତି ନିୟୋମ ମାନି ଚଳିବ ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେବା ସହ ନିଜେ ସତର୍କ ରୁହନ୍ତୁ, ଜିଲ୍ଲା, ରାଜ୍ୟ ଓ ଦେଶରୁ କରନା ଭଗାନ୍ତୁ ବାର୍ତ୍ତା ଦେଇଥିଲେ ,ପୂର୍ବତନ ମନ୍ତ୍ରୀ ତଥା ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର ଦଳୀୟ ଏକ୍ଟିଭ୍ ମେମ୍ବରସିପ୍ ରେ କିଛି ଆଧାର କାର୍ଡ ଲିଙ୍କ୍ ରେ ତ୍ରୁଟି ଥିବା ଓ ଏହାକୁ ତୁରନ୍ତ ସଠିକ୍ ଆଧାର କାର୍ଡ ସଂଯୋଗ କରିବା ପାଇଁ ମାନ୍ୟବର ବିଧାୟକ ଚିତ୍ରକୋଣ୍ଡା ତଥା ଜିଲ୍ଲା ସଭାପତି ପୂର୍ଣ ଚନ୍ଦ୍ର ବାକା ଓ ମାନ୍ୟବର ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ମୁଖ୍ୟ ସଂଗଠକ ସେକ୍ରେଟାରୀ ପ୍ରଣବ ପ୍ରକାଶ ଦାସ ସାଧାରଣ ନିର୍ବାଚନର ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ବିଜୁ ଜନତା ଦଳର ସ୍ଥିତି କେଉଭଳି ଅଛି ତାହା ସମୀକ୍ଷା କରିଥିଲେ । ଗତ ନିର୍ବାଚନରେ ଦଳ ଭିତରେ କନ୍ଦଳ ଯୋଗୁ ଦଳ ଜିଲ୍ଲାରେ ବିପର୍ଯ୍ୟୟ ଘଟିଥିଲା କିନ୍ତୁ ଜିଲ୍ଲାରେ କୌଣସି ଗୋଷ୍ଟି କନ୍ଦଳକୁ ପ୍ରସୟ ଦିଆଯିବ ନାହିଁ ବୋଲି କହିଥିଲେ ଏବଂ ମୁଁ ଆଶା କରୁଛି ରାଜ୍ୟରେ ବିଜୁ ଜନତା ଦଳ ବିପୁଳ ଭୋଟ ପାଇ ସରକାର ଗଠନ କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏହି ବିପର୍ଯ୍ୟୟକୁ ମୁଁ ସହଜରେ ଗ୍ରହଣ କରି ପାରୁନାହିଁ ,ଆଜି ଜିଲ୍ଲାର ସମସ୍ତ ବରିଷ୍ଠ କର୍ମକତ୍ତାଙ୍କୁ ଆହ୍ୱାନ କରୁଅଛି ନିଜ ନିଜ ଭିତରେ ଦ୍ୱନ୍ଦ ,ଅଭିମାନ ,ଅଭିଯୋଗ ଓ ଗୋଷ୍ଠୀ କନ୍ଦଳକୁ ଭୁଲି ବିଜୁ ଜନତା ଦଳର ଜଣେ ଜଣେ ସଚୋଟ କର୍ମୀ ଭାବେ କାମ କରନ୍ତୁ ।ଆଗାମୀ ନିର୍ବାଚନରେ ଯେଉଁଭଳି ବିଜୁ ଜନତା ଦଳର ଗଡ ଭାବେ ମାଲକାନଗିରି ଜିଲ୍ଲା ଆଗକୁ ବଢିପାରିବ । ଏହା ସହ ମାଲକାନଗିରି ଜିଲ୍ଲା ସଙ୍ଗଠନକୁ ସୁଦୃଢ କରିବା ପାଇଁ କର୍ମୀମାନଙ୍କ ମତାମତ ଅନୁଯାଇ ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ ଚନ୍ଦ୍ର ବକା ,ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ,ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ,ପୂର୍ବତନ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା , ବରିଷ୍ଠ ଆଇନଜୀବୀ ଗୋପାଳ କୃଷ୍ଣ ପଣ୍ଡାଙ୍କୁ ଓ ବିଜେଡି ନେତା ରାଜେନ୍ଦ୍ର ପଣ୍ଡାଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ କୋର୍ କମ୍ମିଟି ଗଠନ କରାଗଲା ଓ ଆଗାମୀ ଦିନରେ ଏହି କମ୍ମିଟି ମାଧ୍ୟମରେ ଜିଲ୍ଲାର ସମସ୍ତ ବ୍ଲକରେ ଦଳୀୟ ସଙ୍ଗଠନକୁ ମଜବୁତ୍ କରିବା ପାଇଁ ବିଭିନ୍ନ କୋର୍ କମ୍ମିଟି ଗଠନ କରାଯିବା ପାଇଁ ପ୍ରସ୍ତାବ ଦେଲେ । ଏଥିରେ ଜିଲ୍ଲାର ସାତଟି ବ୍ଲକ ଓ ଦୁଇଟି ଏନ୍ଏସି ଓ ମୁନ୍ସୀପାଲଟି ସଭାପତି ଓ ବରିଷ୍ଠ କର୍ମକତ୍ତାଙ୍କ ମଧ୍ୟରେ ଜିଲ୍ଲା ମହିଳା ନେତ୍ରୀ ପଦ୍ମିନୀ ମୁଦୁଲି ,ମାଘର ସଭାନେତ୍ରୀ ପ୍ରଶାନ୍ତି ଲତା ବିଶୋଇ ,ଜିଲ୍ଲା ପରିଷଦ ସଭ୍ୟା ଦହନା ତାଙ୍ଗୁଳ ,ଯୁବ ସଭାପତି ଅନୁପ ମିସ୍ତ୍ରୀ, ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ , ଯୁବ ନେତା ମହେଶ ବାକା , ଛାତ୍ର ସଭାପତି ସମେଶ ବାଘ ,ବିଜେଡି ନେତା ପ୍ରୀତପଲ ସିଂ , ତାପଶ ନାୟକ ,ଉଦୟ ମାଦ୍ରୀ ,ପ୍ରଭାକର ପ୍ରଧାନ ,ଶଙ୍କର ସାହା ,ଗଣେଶ ମଣ୍ଡଳ , ହୃଦାନନ୍ଦ ସାହୁ ,ହିମାଂଶୁ ସାମଲ, ଜଗବନ୍ଧୁ ପଢ଼ିଆରୀ ,ଶ୍ରୀନିବାସ ମୁଦୁଲି , ମନୋଜ ବାରିକ , ଡି ନାଗା ,ବିଭାନ୍ସୁ ସାମଲ ,ବନ୍ଧୁ ମୁଦୁଲି ,ସାଧୁ ହାନ୍ତାଳ ,ସତ୍ୟ ପାଣିଗ୍ରାହୀ ,ଲଢୁ ପାଣିଗ୍ରାହୀ ,ପ୍ରଫୁଲ୍ଲ ପଣ୍ଡା ,ଶରତ ବିଶ୍ୱାଳ ,ଇ ଭେଙ୍କେଟ ରାଓ ,ବିପ୍ଳବ ବିଶ୍ୱାସ ,ସର୍ବ ବିଶୋଇ ,ସିଙ୍ଗା ମାଡକାମୀ ,ରାବିଟ କୁମାର ,ନୁକାଲ ରାଜୁ ,ଭଗବାନ ସାହୁ ,ସରୋଜ ସାହୁ ,ତ୍ରିଲଚନ ଚୌଧରି ,ମାଧବ ସାବତ ଓ ରାଜ ନାୟକ ପ୍ରମୁଖ ଉପସ୍ଥିତ ରହି ସାମାଜିକ ଦୂରତା  ରହି ସମସ୍ତେ ମାସ୍କ ପରିଧାନ କରିଥିଲେ ଏବଂ ସମସ୍ତ କର୍ମୀମାନେ ପ୍ରଣବ ପ୍ରକାଶ ଦାସଙ୍କ ଆହ୍ୱାନ କ୍ରମେ ଉତ୍ସାହିତ ହୋଇ ସମସ୍ତେ ମିଳିତ ଭାବରେ ଦଳୀୟ କାମ କରିବା ପାଇଁ ବଜ୍ର ଶପଥ ନେଇଥିଲେ ।
ରିପୋର୍ଟ – ସରୋଜ କୁମାର ସାହୁ ।

Leave A Reply

Your email address will not be published.