ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ୮୩ଜଣ ଉପକୃତ ।

0 857

ଭଞ୍ଜନଗର,୧୮/୦୩(ପିପିଟି); ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥ ପ୍ରସାଦ , ବନାଞ୍ଚଳ ଅଧିନସ୍ଥ କେପିଟି ବନ ସୁରକ୍ଷା ସମିତିରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ -୨ ଓ ଶଙ୍କର ଚକ୍ଷୁ ଚିକିଛାଳୟ ,ସମରଝୋଳ ହିଂଜିଳିକାଟୁ ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର କେପିଟି ବନ ସୁରକ୍ଷା ସମିତିର ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଥିଲା ,ଉକ୍ତ କାର୍ଯ୍ୟକ୍ରମରେ ବନପାଳ କଳାବଦନ ଦାସ ,ବନରକ୍ଷୀ ଅଶୋକ ସେଠୀ,ଶଙ୍କର ଚକ୍ଷ୍ଯୁ ଚିକ୍ଷିସ୍ରାଳୟ ସ୍ଟାଫ ତଥା ,କ୍ୟମ୍ପ ମ୍ୟାନେଜର ନଳିନୀକାନ୍ତ ରାଉତ, ଚୀଫ୍ ଅପେରେଟିଷ୍ଟ ଅକ୍ଷାଲକ୍ଷ୍ମୀ, ଚକ୍ଷୁ ତେଚିନିସିଆନ ଶ୍ରୀମୁଖୀ,ମୂନା, ପ୍ରକଳ୍ପ ସଂଯୋଜକ ରାମଚନ୍ଦ୍ର ବାରିକ ,ସୁନୀଲ ପଣ୍ଡା ଓ ସୁପ୍ରଭ ପଣ୍ଡିତ , ସ୍ଵେଚ୍ଛାସେବୀ ଅନୁଷ୍ଟାନ ସ୍ଵାତୀର ଟିମ ଲିଡ଼ର ସିପୁରଞ୍ଜନ ସା ,ବିକାଶ ଅଧିକାରିଣୀ କାଜଲ ପଟ୍ଟନାୟକ ,ବିକାଶ ଅଧିକାର ଶଙ୍କର ପ୍ରଧାନ, ବନସହାୟିକା ଟିକିନା ପ୍ରଧାନ , Vss ର ସଭାପତି ମନୋଜ ନାୟକ ,କୋଷାଧ୍ୟକ୍ଷ ,ପୂର୍ବ ସଭାପତି କେଳ୍ଳା ନାୟକ ଗ୍ରାମର ତଥା ଆଖପାଖ ଭିଏସଏସ ର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ। ଉକ୍ତ ଶିବିରରେ ୮୩ ଜଣ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରଯାଇଥିଲା । ସେଥିମଧ୍ୟରୁ ୪୨ ଜଣଙ୍କର ଅସ୍ତ୍ରପ୍ରଚାର ନିମନ୍ତେ ଶଙ୍କର ଚକ୍ଷ୍ଯୁ ଚିକିଛାଳୟକୁ ରେଫର କରଯାଇଥିଲା । ଅନ୍ୟମାନଙ୍କୁ ବିଭିନ୍ନ ପ୍ରକାର ପାୱାର ଚଷମା ସୁଲଭ ଦରରେ ଯୋଗାଇଦିଆଯାଇଥିଲା । ଉକ୍ତ ଶିବିରକୁ ଆସିଥିବା ସମସ୍ତ ରୋଗୀ ତଥା ସେମାନଙ୍କର ସମ୍ପର୍କୀୟ ମାନଙ୍କୁ ବନାଗ୍ନି ଭଳି ମହାବିପତ୍ତି ତଥା ଜଙ୍ଗଲରେ ନିଆଁ ନ ଲଗେଇବା ପାଇଁଏବଂ କରୋନା ମହାମାରୀ ବିଷୟରେ ସଚେତନ କରାଯାଇଥିଲା। ଏହିଭଳି ଏକ ମହତ କାର୍ଯ୍ୟକ୍ରମ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ -୨,ଜଗନ୍ନାଥ ପ୍ରସାଦ ତରଫରୁ କରାଯାଇଥିବାରୁ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ ଏବଂ ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ ପ୍ରଶଂସା କରିଥିଲା ତଥା ଉକ୍ତ ଅଞ୍ଚଳର ବାରିଷ୍ଟ ନାଗରିକ ମାନେ ବନବିଭାଗକୁ ସାଧୁବାଦ ଜଣାଇଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.