ଭଞ୍ଜନଗର,୦୨/୦୭(ପିପିଟି); ଭଞ୍ଜନଗର ଲଣ୍ଡେଇ ସାହି ୟୁନିଟ-୩ରେ ଭଡ଼ାଘରେ ରହୁଥିବା ଆର.ଡ଼ି ମହିଳା କନିଷ୍ଠ ଯନ୍ତ୍ରୀ ଜେ.ଅନିତା କୌଣସି କାରଣରୁ ଗତମାସ ୨୪ତାରିଖରେ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।ଏହା ପରେ ପୋଲିସ ଘରର କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲା।ହେଲେ ଆତ୍ମହତ୍ୟା କରିବାର ପ୍ରକୃତ କାରଣ ଉପରୁ ପର୍ଦ୍ଦା ଉଠିବାରେ ଲାଗିଛି। ମୃତ ଯନ୍ତ୍ରୀଙ୍କ ସହକର୍ମୀ ଅନ୍ୟ ଜଣେ ପୁରୁଷ ଯନ୍ତ୍ରୀଙ୍କ ନାମରେ ଅନିତାଙ୍କ ସାନ ଭଉଣୀ ଜେ. ଆରତୀ ଏସମ୍ପର୍କରେ ଭଞ୍ଜନଗର ଥାନାରେ ଅଭିଯୋଗ କରିଛନ୍ତି। ମୃତଦେହ ନିକଟରୁ ପୋଲିସ ଏକ ସୁଇସାଇଡ଼ ନୋଟ ଜବତ କରିଛି। ମୃତ୍ୟୁ ପୂର୍ବରୁ ମହିଳା ଯନ୍ତ୍ରୀ ନିଜ ଆତ୍ମହତ୍ୟାର କାରଣ ନିଜ ସହକର୍ମୀ ପୁରୁଷ ଯନ୍ତ୍ରୀ ବୋଲି ଏକ ଭିଡ଼ିଓ କରି କହିଛନ୍ତି। ଏଥିସହ ସେ ଅନିତାଙ୍କୁ ବିଭିନ୍ନ ଧମକ ଚମକ ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଏବଂ ଅଶ୍ଳୀଳ ମେସେଜ କରୁଥିବା ଜଣାପଡିଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।ହେଲେ ସେହିଦିନ ଠାରୁ ଉକ୍ତ ପୁରୁଷ ଯନ୍ତ୍ରୀ ଫେରାର ଥିବା ଜଣାପଡ଼ିଛି।
(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )