ମହିଳାଙ୍କୁ ମହନଦୀ ଗର୍ଭରୁ ଉଦ୍ଧାର କରି ଦୁଇ ମତ୍ସ୍ୟଜୀବୀ ସମ୍ମାନିତ ।

0 671

ଉଲୁଣ୍ଡା,୧୬/୦୭(ପିପିଟି) ; ମହାନଦୀ ପୋଲ ତଳକୁ ଡେଇଁଥିବା ମହିଳାଙ୍କୁ ମହାନଦୀ ଗର୍ଭରୁ ଉଦ୍ଧାର କରିଥିବା ଦୁଇ ମସ୍ତଜୀବୀଙ୍କୁ ଆଜି ସୁବର୍ଣ୍ଣପୁର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଦୁଇ ମତ୍ସଜୀବୀ ପରେଶ ନାଏକ ଓ ନରେଶ ନଏକଙ୍କୁ ଏସପି ଦେବୀ ପ୍ରସାଦ ଦାସ,ଅତିରିକ୍ତ ଏସପି ରମେଶ ପାଣିଗ୍ରାହୀ,ଏସଡିପିଓ ମିହିର ପଣ୍ଡା, ସୋନପୁର ଥାନାଧିକାରୀ ଲୋକେଶ୍ୱର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଛି ।ସୂଚନାଯୋଗ୍ୟ ଯେ ଗତ ମଙ୍ଗଳବାର ସନ୍ଧ୍ୟାରେ ମିରା ସେଠି ନାମକ ଜଣେ ମହିଳା କୌଣସି କଥାକୁ ନେଇ ମହାନଦୀ ପୋଲ ତଳକୁ ଡେଇଁ ପଡ଼ିଥିଲେ । ଏହି ସମୟରେ ନଦୀ ମଝିରେ ମାଛ ମାରୁଥିବା ଦୁଇ ମତ୍ସ୍ୟଜୀବୀ ଭାଇ ପରେଶ ନାଏକ ଓ ନରେଶ ନାଏକ ମହିଳାଙ୍କୁ ଉଦ୍ଧାର କରିଥିଲେ । ବୁଧବାର ପୋଲିସ ଉପସ୍ଥିତିରେ ତାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।ଦୁଇ ମତ୍ସ୍ୟଜୀବୀଙ୍କୁ ବିଜୁ ପଟନାୟକ ସାହାସିକତା ପୁରସ୍କାର ପାଇଁ ସୁପାରିଶ କରାଯିବ ବୋଲି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.