ମହାମାରୀ କରୋନା ଯୁଦ୍ଧର ଜାଗ୍ରତ ପ୍ରହରୀ ସାଜିଛନ୍ତି ପ୍ରଶାନିକ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ।

0 181

ଯାଜପୁର,୦୬/୦୬-(ଏ.ରାଉତ), କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ୨୫ ତାରିଖରୁ ଦେଶ ବ୍ୟାପି ଲକଡାଉନ ଘୋଷଣା କରିଛନ୍ତି । ତାହା ବର୍ତମାନ ୫ମ ପର୍ଯ୍ୟାୟରେ ୭୪ ଦିନରେ ପହଁଚିଛି । ସେହିଦିନ ଠାରୁ ଦେଶ ଓ ରାଜ୍ୟରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ କରୋନା ମୁକାବିଲାର ଆଗଧାଡିର ଯୋଦ୍ଧା ପାଲଟିଛନ୍ତି । ମାହାମାରୀର ରୂପ ନେଇଥିବା କରୋନା ବିଶ୍ୱର ୨ଶହରୁ ଉର୍ଦ୍ଧ ଦେଶକୁ କବଳିତ କରିଛି । ସେହି କ୍ରମରେ ଭାରତରେ ତାର କାୟା ବିସ୍ତାର କରିଚାଲିଛି । ଏହି ରୋଗର ବର୍ତମାନ ସୁଦ୍ଧା କୌଣସି ନିଦାନ ବାହାରି ନଥିବା ବେଳେ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହି ସଚେତନତାକୁ ଆଧାର କରି ପ୍ରଶାସନିକ ଅଧିକାରୀମାନେ ଦିନରାତି ଏକ କରି ଲୋକମାନଙ୍କୁ ସୁରକ୍ଷିତ ରଖିବା ଲାଗି କାର୍ଯ୍ୟ କରୁଛନ୍ତି । ଏଥିଲାଗି ଏମାନଙ୍କୁ ଯୋଦ୍ଧାର ଆଖ୍ୟା ପ୍ରଦାନ କରାଯାଉଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ପ୍ରଶାସନିକ ଅଧିକାରୀମାନଙ୍କ କାର୍ଯ୍ୟାଧାରାକୁ ଭୂୟସୀ ପ୍ରସଂଶା କରାଯାଉଛି । ଆଗଧାଡିର ଏହି ଯୋଦ୍ଧାମାନେ ହେଲେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟାକେନ୍ଦ୍ରର ଅଧିକାରୀ ଡାକ୍ତର ମାନସ ରଂଜନ ସ୍ୱାଇଁ, ଡା. ନିହାର ରଞ୍ଜନ କର ସମେତ ତାଙ୍କ ସହକର୍ମୀମାନେ । ସେହିପରି ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା,ଅତିରିକ୍ତ ତହସିଲଦାର ଦେବୀପ୍ରସନ୍ନ ମହାନ୍ତି, ଶୀତଲ ଅଗ୍ରୱାଲ, ଧର୍ମଶାଳା ବିଡିଓ ସ୍ମିତା ରଥ, ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ଓ ଜାରକା ବିଟ ହାଉସ ଅଧିକାରୀ ରାଜ କିଶୋର ନାୟକ ପ୍ରମୁଖ । ଏହି ଅଧିକାରୀମାନେ ଦିନ ରାତି ଏକ କରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ସକାଳ ୬ରୁ ରାତି ୧୨ ପର୍ଯ୍ୟନ୍ତ ଆଜକୁ ୭୪ ଦିନ ବ୍ୟାପି ସଂଗ୍ରାମରେ ନିଜକୁ ସାମିଲ କରି ସାଧାରଣରେ ଯୋଦ୍ଧାର ଆଖ୍ୟା ଅର୍ଜନ କରିଛନ୍ତି । ଲକଡାଉନ ପରେ ଛକ ବଜାର, ହାଟ, ଗାଁଗଣ୍ଡା, ଜାତୀୟ ରାଜପଥ ଆଦି ସ୍ଥାନଗୁଡିକରେ ପହରା ଦେଉଛନ୍ତି । ଲୋକମାନଙ୍କୁ ମାହାମାରୀ କରୋନାର ଭୟର ବାତାବରଣରୁ ମୁକୁଳିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା, ମାକ୍ସ ପରିଧାନକୁ ବାଧ୍ୟତାମୂଳକ କରିବା, କୌଣସି ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ ନଥିଲେ ଘରୁ ବାହାରକୁ ନବାହାରିବାକୁ ଲୋକମାନଙ୍କୁ ପରାମର୍ଶ ଦେଉଥିଲେ । ମଠ, ମନ୍ଦିର,ମସଜିଦ, ଗୁରୁଦ୍ୱାର ସମେତ ବିଭିନ୍ନ ଉପାସନ ପୀଠ ଓ  ବସଷ୍ଟାଣ୍ଡ,ବ୍ୟାଙ୍କ , ହାଟ ବଜାର ଆଦି ସ୍ଥାନମାନଙ୍କୁ ବିଶୋଧନ କରାଇବା ସହିତ ଲୋକମାନଙ୍କୁ ମାକ୍ସ ବଂଟନ କରିଛନ୍ତି । ଗାଁ ଓ ଛକମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ସେହିପରି ଅସହାୟ ଲୋକମାନଙ୍କ ପାଖରେ ପହଁଚି ସେମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ସେମାନଙ୍କ ସୁଖ ଦୁଃଖ ମଧ୍ୟ ବୁଝୁଛନ୍ତି । ଅନ୍ୟପଟେ ବାହାର ରାଜ୍ୟରୁ ଚାଲିଚାଲି ଆସୁଥିବା ପ୍ରବାସୀମାନଙ୍କୁ ନେଇ ସରକାରୀ କ୍ୱାରେନଟାଇନରେ ରଖୁଛନ୍ତି । ଏଭଳି ଏକ ଘଡିସନ୍ଧି ମୁହୁର୍ତରେ ଏମାନେ ନିଜ ଓ ପରିବାର କଥା ଭୁଲି ନିଜର ଗୁରୁଦାୟିତ୍ୱକୁ ସମ୍ପାଦନ କରୁଛନ୍ତି । ତାଙ୍କର ଏଭଳି ମହାନ କାର୍ଯ୍ୟ ପାଇଁ ସାଧାରଣରେ ଏମାନଙ୍କୁ କରୋନା ଯୁଦ୍ଧର ଯୋଦ୍ଧା ବୋଲି ବିବେଚନା କରାଯାଉଛି । ବର୍ତମାନ ସୁଦ୍ଧା କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଏମାନଙ୍କ କାର୍ଯ୍ୟ ମଧ୍ୟ ସେହି ଭାବେ ବଡି ଚାଲିଛି । ତେବେ ଆଗକୁ ଏହି ରୋଗ ଆୟତ ନହେବା ଯାଏଁ ଏହାର ମୁକାବିଲା କରିବା ପାଇଁ ସେମାନେ ବଦ୍ଧପରିକର ବୋଲି ସେମାନେ କହିଛନ୍ତି । ସେମାନେ ନିଜର କାର୍ଯ୍ୟ ସମ୍ପାଦନ ବେଳେ ଅନେକ ସ୍ଥାନରେ ଆକ୍ରମଣର ଶିକାର ହେବା ସହିତ ସମାଲୋଚନାର ସରବ୍ୟ ହେଉଛନ୍ତି । ତଥାପି ଏମାନେ ନିଜର କର୍ତବ୍ୟରେ ଅଟଳ ରହି ଅନବରତ ଭାବେ କାର୍ଯ୍ୟ କରି ଚାଲିଛନ୍ତି । ଏମାନଙ୍କ ସହ ସମ୍ପୃକ୍ତ କାର୍ଯ୍ୟାଳୟର କର୍ମଚାରୀମାନେ ସହାୟତା କରିଆସୁଛନ୍ତି । ଏହି କର୍ମଚାରୀମାନେ ହେଲେ  ଧର୍ମଶାଳା ଥାନାର ଏସଆଇ ସୁଦାମ ନନ୍ଦି,ଏଏସଆଇ ନିରଂଜନ ବେହୁରିଆ, ଉଷାରାଣୀ ଜେନା, ପ୍ରଦୀପ କୁମାର ସେଠୀ,କନେଷ୍ଟବଳ ନଳିନୀ ରଞ୍ଜନ ବରାଳ, ତପନ ଦାସ, ଦେବେନ୍ଦ୍ର କୁମାର ରାଉତ, ମାନସ ରଂଜନ ନାୟକ, ନିଳମାଧବ ପଣ୍ଡା ଓ ତୃପ୍ତିମୟୀ ପଢିଆରୀ  ଓ ଜେନାପୁର ଥାନା ଏସଆଇ ମନୋରଞ୍ଜନ ଦାସ, ସଞ୍ଜୁକ୍ତା ବେହେରା,ଏଏସଆଇ ମନୋରଞ୍ଜନ ସାମଲ, ରାଜେନ୍ଦ୍ର ବିକ୍ରମ କେରକେଟା, କନେଷ୍ଟବଳ ସୁନିଲ ସାମଲ, ନିରଞ୍ଜନ ବେହେରା, ପ୍ରତାପ ବାରିକ, ପାର୍ବତୀ ବାରିକ, ସୁପ୍ରଭା ରାଉତ, ରାଜେନ୍ଦ୍ର ପଲେଇ ପ୍ରମୁଖ । ସେହିପରି ଧର୍ମଶାଳା ତହସିଲ କାର୍ଯ୍ୟାଳୟର କର୍ମଚାରୀ ମାନସ ରଞ୍ଜନ ବେଜ, ଚନ୍ଦନ ସାହୁ, ବିରଂଚି ନାରାୟଣ ବୋଇତେଇ, ରଞ୍ଜନ କୁମାର ବିଶ୍ୱାଳ, ଜଗବନ୍ଧୁ ଜେନା ଏବଂ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଏହା ଅଧିନରେ ଥିବା ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର  କର୍ମଚାରୀମାନେ  ଆଗଧାଡିର ଯୋଦ୍ଧା ସାଜି ନିଜର କର୍ତବ୍ୟ ଓ ଦାୟିତ୍ୱ ସଂପାଦନା କରୁଛନ୍ତି । ଲୋକମାନେ ସୁରକ୍ଷିତ ରହିବା ତାଙ୍କର ପ୍ରାଥମିକତା ହୋଇଥିବାରୁ ତାଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ୱାଗତ କରାଯାଉଛି । ସେହିପରି ଧର୍ମଶାଳା ଅଂଚଳରେ କାର୍ଯ୍ୟକରୁଥିବା ବିଭିନ୍ନ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମର ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିବା ସହ ଲୋକମାନଙ୍କୁ ସଚେତନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଆଗାମୀ ଦିନରେ କରୋନା ପାଇଁ ଏମାନଙ୍କର ପ୍ରତିବଦ୍ଧତା ଜାରି ରହୁ ବୋଲି ସାଧାରଣରେ ଆଶା ପ୍ରକଟ କରାଯାଉଛି ।

Leave A Reply

Your email address will not be published.