ମହାନଦୀ ଗର୍ଭରେ ଦୃଶ୍ଯମାନ ଗୋପୀନାଥ ମନ୍ଦିର ।

0 696

ନୟାଗଡ଼,(ପିପିଟି)୧୨/୦୬,ନୟାଗଡ ଜିଲ୍ଲା  ଭାପୁର ବ୍ଲକ ପଦ୍ମାବତୀ ନିକଟରେ ଯାଇଥିବା ମହାନଦୀ ଗର୍ଭରେ ଲୀନ ହୋଇଥିବା ଏକ ମନ୍ଦିରର ଅଗ୍ରଭାଗ ବାଲିରେ ପୋତା ଅବସ୍ଥାରେ ଦୃଶ୍ଯ ମାନ ହୋଇଛି । ପ୍ରାୟ ୧୮୦୧ ରୁ ୧୯୦୦ ମସିହା ପୂର୍ବରୁ ମହାନଦୀ ଗର୍ଭରେ ୭ ଟି ଗ୍ରାମ ବୋରେହି ନାମକ ଏକ ଗ୍ରାମ ଲୀନ ହୋଇଥିବା ଅନୁମାନ କରାଯାଉଛି । କାଳକ୍ରମେ ମହାନଦୀର ବନ୍ୟା ଯୋଗୁଁ ଏହି ବୋରେହି ଗ୍ରାମଟି ବାଲିରେ ପୋତି ହୋଇଯାଇଥିଲା । ପରେପରେ ଏହି ଗ୍ରାମର ଲୋକେ ଉଚ୍ଚ ସ୍ଥାନକୁ ଚାଲିଆସି ବସତି ସ୍ଥାପନ କରିଥିଲେ । ଏହି ବୋରେହି ଗ୍ରାମରୁ କାଳକ୍ରମେ ୭ଟି ମୌଜାରେ ପରିଣତ ହୋଇଥିବା ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ  ତାହାର ଏକ ଅଂଶ ପଦ୍ମାବତୀ ଗ୍ରାମ , ଏ ପରି ୭ଟି ମନ୍ଦିର ମହାନଦୀ ଗର୍ଭରେରେ  ବୁଡି ରହିଛି , ୧୯୩୩ ମସିହା ବେଳକୁ ପଦ୍ମାବତୀ ଗ୍ରାମ ମହାନଦୀ ଗର୍ଭରେ  ଲୀନ ହୋଇ ଯାଇଥିଲା । ସଂସ୍କୃତୀ ଗବେଷକ ମାନେ ଏହି ଘଟଣାକୁ ଗୁରୁତ୍ୱ ଦେଇ ଗବେଷଣା ଚଲାଇଛନ୍ତି  ।
 ରିପୋର୍ଟ – ସୁଶାନ୍ତ ପ୍ରଧାନ ।

Leave A Reply

Your email address will not be published.