ବ୍ରହ୍ମପୁର,୧୩/୧୧(ପିପିଟି): ମନରେଗାରେ ଉଲ୍ଲେଖନୀୟ ସଫଳତା ପାଇଁ ହିଞ୍ଜିଳି ବ୍ଳକ ଏବଂ ରାଜ୍ୟ ସରକାର ବାରମ୍ବାର ଉଚ୍ଚ ପ୍ରସଂଶସିତ ହୋଇ ଆସୁଛନ୍ତି । ଆଜି ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ଅନମିୟତତା ଅଭିଯୋଗ ହେଉଥିଲେ ମଧ୍ୟ ତାଳି ପକା ନୀତିରେ ଏଠାରେ ଦୁର୍ନୀତିକୁ ନୀତିରେ ପରିଣତ କରି ସାରିଲେଣି ସ୍ଥାନୀୟ ପ୍ରଶାସନ । ଏହାର ସୁଯୋଗ ନେଇ ନିମ୍ନ ସ୍ଥର ସରକାରୀ କର୍ମଚାରୀଙ୍କ ଠାରୁ ଉପରିସ୍ଥ ସରକାରୀ ବାବୁ ମାନେ ଏହି ଦୁର୍ନୀତି ନୀତିକୁ ଶତ ପ୍ରତିଶତ ପ୍ରତିପାଦନ କରିବାରେ ହିଞ୍ଜିଳି ବ୍ଳକ ରେ ସକ୍ଷମ ହୋଇଛନ୍ତି । ଏଭଳି ଏକ ନିମ୍ନମାନର କାର୍ଯ୍ୟ ପଦାକୁ ଆସିବା ସହ ଯନ୍ତ୍ରୀ, ଜିଆରଏସ,ପିଇଓ ଓ ଉପରିସ୍ଥ କର୍ମକର୍ତ୍ତାଙ୍କ ମଧୁ ଚନ୍ଦ୍ରିକାରେ ବଳି ପଡିଛି ପୁଟିଆପଦର ଗ୍ରାମର ଗଙ୍ଗାଧର ମନ୍ଦିର ନିକଟସ୍ଥ ଆଦର୍ଶ ପୋଖରୀ । ଉକ୍ତ ପୋଖରୀ କାର୍ଯ୍ୟ ଗାର୍ଡ ୱାଲ ନିର୍ମାଣ, ସୌନ୍ଦର୍ଯ୍ୟ କରଣ ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ୧୦ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ଚାଲିଛି । ଉକ୍ତ କାର୍ଯ୍ୟ ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କହିବା ପ୍ରକାରେ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ କନିଷ୍ଠ ଯନ୍ତ୍ରୀ ଇନ୍ଦିରା ଗୌଡ଼ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନିର୍ମାଣଧୀନ ଥିବା ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟ ନିର୍ମାଣ ଆରମ୍ଭରୁ ହିଁ କାର୍ଯ୍ୟ ଶୈଳୀକୁ ନେଇ ଅନିୟମିତତା ହୋଇଥିବାର ଆଲୋଚନା ସାଧାରଣରେ ହୋଉଥିଲା । ଏହି ଅନିୟମିତତା ଓ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଆଜି ଶନିବାର ଦିନ ଗାର୍ଡ ୱାଲ ଧସେଇ ପଡିଥିବା ସୂଚନା ମିଳିଛି । ଏହି କାର୍ଯ୍ୟ ସଠିକ ଭାବେ ହୋଇନଥିବାରୁ ତଥା ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ଜିଆରଏସ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଉପସ୍ଥିତ ଅଧିକାରୀ ମାନେ ସମ୍ପୃକ୍ତ ଥିବାର ଅଭିଯୋଗ ଆଣିବା ସହ ଉପଯୁକ୍ତତା ଭିତିରେ ନିର୍ମାଣ ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି । ନିର୍ମାଣ ଧିନ ବନ୍ଧର ନିମ୍ନ ମାନର କାର୍ଯ୍ୟ ଉପରେ ଉପଯୁକ୍ତ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ପୋଖରୀର ଉପଯୁକ୍ତ ନିର୍ମାଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ସହକାରୀ ନିର୍ବାହୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ନିଜ ମତାମତରେ ପ୍ରକାଶ କରିଥିଲେ ଯେ ଉକ୍ତ ପୋଖରୀ ନିର୍ମାଣ କାର୍ଯ୍ୟରେ ନିଶ୍ଚିତ ତ୍ରୁଟି ହୋଇଛି । ଏହି ତ୍ରୁଟି ପାଇଁ ଯେଉଁ ପଦାଧିକାରୀ ଓ ବ୍ୟକ୍ତି ବିଶେଷ ଦାୟୀ, ସେମାନେ ତ୍ରୁଟି ସୁଧାରିବା ସହ ନିଜ ଖର୍ଚ୍ଚରେ ଉକ୍ତ କାର୍ଯ୍ୟର ଦାୟିତ୍ୱ ସମ୍ପାଦନା କରିବେ ବୋଲି ଜଣାଇଥିଲେ । ଅପର ପକ୍ଷରେ କାର୍ଯ୍ୟରେ ସମ୍ପୃକ୍ତ ଥିବା ପିଇଓ, ଜିଆରଏସ, କନିଷ୍ଠ ଯନ୍ତ୍ରୀଙ୍କୁ ଉକ୍ତ ବିଷୟ ନେଇ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗ ସୂତ୍ର ହୋଇ ପାରି ନାହିଁ ।