ମଥୁରା ପଞ୍ଚାୟତକୁ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ ।

0 503

ପୋଲସରା,୦୭/୦୭(ପିପିଟି);ଗଞ୍ଜାମ ଜିଲ୍ଲା  ପୋଲସରା ଅଞ୍ଚଳରେ କରୋନା ସଂକ୍ରମଣକୁ  ନେଇ  ପଜିଟିଭଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିକୁ ଅତି ଗୁରୁତର ସହ ନେଇ  ପୋଲସରା  ବ୍ଲକ ମଥୁରା  ପଞ୍ଚାୟତକୁ ସରପଞ୍ଚ ପ୍ରଦୀପ କୁମାର ନାୟକ ନିଜର ଜିଲ୍ଳାପାଳ କ୍ଷମତା ପ୍ରୟୋଗ କରି  ସୋମବାର  ରାତ୍ର ୧୦ ଘଣ୍ଟା ଠାରୁ ଜୁଲାଇ ୧୩ ତାରିଖ  ସକାଳ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ସଂପୃକ୍ତ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ମଥୁରା ପଞ୍ଚାୟତରେ  ୭ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ  ଗ୍ରାମରେ ଥିବା ଷ୍ଟେଟବ୍ୟାଙ୍କରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଯାହାକୁ  ନେଇ  ଗୋଷ୍ଠୀ ସଂଙ୍କ୍ରମଣ ଆଶଙ୍କା କରି  ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ ଓ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କ ସହ ଆଲୋଚନା କ୍ରମେ ମଥୁରା ପଞ୍ଚାୟତକୁ ଆସନ୍ତା ଏକ ସପ୍ତାହ ଧରି ସଂପୂର୍ଣ୍ଣ ପଞ୍ଚାୟତକୁ  ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ପ୍ରଦୀପ କୁମାର ନାୟକ  ।
ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ।

Leave A Reply

Your email address will not be published.