ମାଲକାନଗିରି,୦୬/୦୧(ପିପିଟି): ମାଲକାନଗିରି ଜିଲ୍ଲାରେ ବେଙ୍ଗଲୀ ସଂପ୍ରଦାୟଙ୍କ ମଧ୍ଯରେ ଧର୍ମ,ମତ ପନ୍ଥ ରହିଛି । କିଏ କେଉଁ ଗୁରୁଙ୍କ ନୀତି ଆଦର୍ଶକୁ ମାନୁଛି ତ କିଏ କେଉଁ ପନ୍ଥକୁ ଅବଲମ୍ବନ କରୁଛି । ସେହି ପରି ବେଙ୍ଗଲୀ ସଂପ୍ରଦାୟ ମଧ୍ଯରେ ମତୁଆ ଧର୍ମ ପ୍ରଚଳିତ । ଯେଉଁଠି ମାନବବାକୁ ପ୍ରାଧାନ୍ଯ ଦିଆ ଯାଇଥାଏ ଏବଂ ଉଚ୍ଚ ନୀଚ୍ଚ ଜାତି ପ୍ରଥାକୁ ଗ୍ରହଣ କରାଯାଇ ନଥାଏ । ଏହି ସଂପ୍ରଦାୟ ବ୍ରାହ୍ମଣ କର୍ମକାଣ୍ଡକୁ ଏବଂ ବୈଦିକ ରିତିନୀତି ଅନୁସାରେ ମତୁଆ ସଂପ୍ରାୟ ପୂଜା ପଦ୍ଧତିକୁ ନାପସନ୍ଦ କରି ନିଜର ଗୁରୁ ଭାଇଙ୍କ ଦ୍ବାରା ପୂଜା ଅର୍ଚ୍ଚନା କରିଥାନ୍ତି ।ଫଳରେ ମତୁଆ ସଂପ୍ରଦାୟ ଅନ୍ଯ ସଂପ୍ରଦାୟଙ୍କ ପାଇଁ ସର୍ବଦା ବିରୋଧର ଶିକାର ହୋଇ ବିଭିନ୍ନ ଗାଁରେ ମତଭେଦ ଦେଖା ଦେଇଛି ।ଗତ ଡିସେମ୍ବର ୨୪ ତାରିଖ ଦିନ, ଏମଭି-୯ ଗ୍ରାମର ଜଣେ ମତୁଆ ଧର୍ମର ଅମଲ ବିଶ୍ୱାସଙ୍କ ହୃଦୟଘାତରେ ମୃତ୍ୟୁ ହୋଇଥିଲା । ସେ ଜଣେ ଶ୍ରୀ ହରିଚାନ୍ଦଙ୍କର ଭକ୍ତ ଥିଲେ ବେଳେ ମତୁଆ ଧର୍ମରେ ଦିକ୍ଷିତ ହୋଇଥିଲେ । ତାଙ୍କର ଅନ୍ତିମ ଇଛା ଥିଲା ମୃତ୍ୟୁ ପରେ ମତୁଆ ରିତିନୀତି ଅନୁସାରେ ସଂସ୍କାର ତରିବା ପାଇଁ । ବାପାଙ୍କ ଅନ୍ତିମ ଇଛା ପୂରଣ ପାଇଁ ତାଙ୍କ ପୁତ୍ର ଅମୃତ ବିଶ୍ୱାସ, ଅସୀମ ବିଶ୍ୱାସ, ବିଜନ ବିଶ୍ୱାସ, ଗଣେଶ ବିଶ୍ୱାସ, ଦେବା ନନ୍ଦ ବିଶ୍ୱାସ ଓ ବିବେକାନନ୍ଦ ବିଶ୍ୱାସ ନିଷ୍ପତ୍ତି ନେଇଥିଲେ । ଅମୃତ ବିଶ୍ବାସ ଗ୍ରାମ କମିଟିର ସଭାପତି ଓ ସମ୍ପାଦକଙ୍କୁ ଯାଇ ପିତାଙ୍କ ଅନ୍ତିମ ଇଛା ଅନୁଯାୟୀ ମତୁଆ ଧର୍ମର ରିତି ନୀତ ଅନୁସାରେ କର୍ମ କାଣ୍ଡ କରିବାକୁ ଅନୁମତି ମାଗି ଥିଲେ । ଗତ ଜାନୁଆରୀ ୨ ତାରିଖରେ ଦଶାକର୍ମ ଓ ୫ ତାରିଖରେ ପଂକ୍ତି ଭୋଜନ କରିବା ପାଇଁ ଦିନ ଧାର୍ଯ୍ଯ କରାଯାଇଥିଲା । ଏମଭି-୯ ଗ୍ରାମର ସଭାପତି ଅମଳ ସରଦ୍ଦାର ଗ୍ରାମରେ ଏକ ସଭା କରି ବିନା ବ୍ରାହ୍ମଣ ରେ କର୍ମକାଣ୍ଡ କଲେ କେହି ଦଶାହ କାର୍ଯ୍ଯରେ ଯୋଗ ଦେବେ ନାହିଁ ଓ କମିଟି ସହଯୋଗ କରିବନାହିଁ ବୋଲି କହିଥିଲେ । ଗ୍ରାମବାସୀଙ୍କୁ ଏହି କାର୍ଯ୍ୟକ୍ରମରେ ଅମୃତଙ୍କ ଘରକୁ ଯିବାକୁ ବାରଣ କରିଥିଲେ । ଶୁଦ୍ଧି କ୍ରିୟା କରିବା ପାଇଁ ନଈକୁ ମଧ୍ଯ ବାରଣ କରାଯାଇ ଥିଲା । ଭାରତୀୟ ସମ୍ବିଧାନ ଯେ କୌଣସି ବ୍ଯକ୍ତି ସ୍ବଇଛାରେ ଧର୍ମ ଗ୍ରହଣ କରି ପୂଜା ବିଧି ପାଳନ କରି ପାରିବ । ଏଥି ପାଇଁ ଭାରତର ନାଗରିକଙ୍କୁ ମୈଳିକ ଅଧିକାର ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି ମାଲକାନଗିରି ଜିଲ୍ଲାରେ ବସବାସ କରି ଆସୁଥିବା ବହୁ ବେଙ୍ଗଲୀ ପରିବାର ମତୁଆ ଧର୍ମରେ ଦିକ୍ଷିତ ହୋଇଆସୁଥିବା ବେଳେ ଏହି ଧର୍ମ ଅନୁସାରେ ବ୍ରାହ୍ମଣ ଜାତିକୁ ପୂଜାପାଠ,କର୍ମକାଣ୍ଡକୁ ବାରଣ କରାଯାଇ ନିଜର ମତୁଆଗୁରୁଙ୍କ ଦ୍ବାରା ସମସ୍ତ କର୍ମକାଣ୍ଡ ସଂପାଦିତ ହୋଇଥାଏ । ଫଳରେ ସମସ୍ତ ବେଙ୍ଗଲୀ ଗ୍ରାମରେ ମତୁଆ ସଂପ୍ରଦାୟର ଧର୍ମାଵଲମ୍ବୀଙ୍କୁ ଗ୍ରାମ କମିଟିର କର୍ମକର୍ତ୍ତାମାନେ ବିରୋଧ କରୁଥିବା ଜଣା ପଡିଛି । ତଥାପି ଅମୃତ ବିଶ୍ୱାସ ନିର୍ଭୟ ଓ ସାହସ ସହିତ ନିଜ ଧର୍ମ ଅନୁଯାୟୀ ପିତାଙ୍କ ଅନ୍ତିମ ଇଛା ପୂରଣ କରିବାକୁ ନିଷ୍ପତ୍ତି ନେଇଥିବାରୁ ମତୁଆ ଧର୍ମ ଗୁରୁ ସର୍ବ ଭାରତୀୟ ମତୁଆଚର୍ଯ୍ୟ ରବିନ୍ଦ୍ର ନାଥ ବିଶ୍ୱାସ ଓ ମତୁଆ ସଙ୍ଘର ସମ୍ପାଦକ ଅଶୋଭ ରଞ୍ଜନ ମାଳିଙ୍କ ମାର୍ଗଦର୍ଶନରେ ମତୁଆ ଧର୍ମର ରିତିନୀତି ଅନୁଶୀଳନ କରି କର୍ମକାଣ୍ଡ ସମାପନ କରାଯାଇଥିଲା । ତତ ସଙ୍ଗେ ମାଲକାନଗିରି ଜିଲ୍ଲାର ଆମ୍ବେଦକର ବିଚାର ପରିଷଦର ସଭାପତି ଲକ୍ଷ୍ମଣ ଘରାମୀ, ବିଜୟ ମିସ୍ତ୍ରୀ, ଗୋବିନ୍ଦ ଦାସ, ଗୋବିନ୍ଦ ରାଏ, ଜାରା ଶବର ମାଢି, ଜୟନ୍ତ ମଣ୍ଡଳ,କାଙ୍ଗାଳ ବାରୋଇ, ଅଯୋଧ୍ୟା ବୈରାଗୀ, ପ୍ରକାଶ ଗୋସାଇଁ, ସପନ ଵାଲା, କେ.ଦେଶୀରାଜୁ ଅଚାରୀ ଉପସ୍ଥିତ ହୋଇ ଅମୃତ ବିଶ୍ବାସଙ୍କ ମନବଳକୁ ଦୃଢିଭୂତ କରିବା ସହ ସହଯୋଗର ହାତ ବଢାଇଥିଲେ । ଏହି କାର୍ଯ୍ୟକ୍ରମଟି ଶାନ୍ତି ପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)