ଭ୍ରାମ୍ଯମାଣ ରକ୍ତ ସଂଗୃହୀତ ଗାଡିକୁ ଉଦ୍‌ଘାଟନ କରି ରକ୍ତ ଦାନ କଲେ ଜିଲ୍ଲାପାଳ ।

0 592

ଶେରଗଡ,(ପିପିଟି ନ୍ଯୁଜ୍)୧୭/୦୪: ଶେରଗଡ ବ୍ଲକ ଅନ୍ତର୍ଗତ ଅଲାରିଗଡ ଗ୍ରାମ ପଞ୍ଚାୟତରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଭ୍ରାମ୍ୟମାଣ ରକ୍ତ ସଂଗୃହୀତ ଯାନ କୁ ଉଦଘାଟନ କରିଥିଲେ ।ଜିଲ୍ଲାରେ କୋରାନା ଯୋଗୁଁ ଯେପରି ରକ୍ତ ର ଅଭାବ ନହେବ ସେଇଥିପାଇଁ ଏହିପରି ଭ୍ରାମ୍ୟମାଣ ରକ୍ତ ସଂଗୃହୀତ ଯାନର ବ୍ୟବହାର ସାରା ଜିଲ୍ଲାରେ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ ଏବଂ ସେ ନିଜେ ମଧ୍ଯ ରକ୍ତ ଦାନ କରିଥିଲେ  ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ବ୍ରହ୍ମପୁର ଏମକେସିଜି ର କର୍ମଚାରୀମାନେ ଶିବିରରେ ଯୋଗଦେଇ ରକ୍ତ ସଂଗ୍ରହ କରିବା ସହ ସହଯୋଗ କରିଥିଲେ ମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ ରେ ବ୍ଳକ ଅଧ୍ୟକ୍ଷା ସାରସ ସ୍ୱାଇଁ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ, ତହସିଲଦାର ଡଃ ଦୟାଶିନ୍ଧୁ ପରିଡା ,ଉପାଧ୍ୟକ୍ଷ ବିଶ୍ବନାଥ ସ୍ବାଇଁ,ଜିଲ୍ଲାପରିଷଦ ସଭ୍ଯ ପ୍ରମୋଦ ପାତ୍ର, ପ୍ରମୋଦ ସାହୁ,ବ୍ଳକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର,ବ୍ଳକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ,ବ୍ଳକ ଯୁବବାହିନୀ ସଭାପତି ଆଲୋକ ପଟ୍ଟନାୟକ,ସନ୍ତୋଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.