ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରୁ ଖସି ଆସିଥିବା ୬ ଜଣଙ୍କୁ ପିଛା କରି ଉଦ୍ଧାର କଲେ ଦିଗପହଣ୍ଡି ଥାନା ଅଧିକାରୀ ।

0 833

ଦିଗପହଣ୍ଡି ,(ପିପିଟି ନ୍ଯୁଜ୍)୦୪/୦୪ ରାଜ୍ୟ ସରକାର ୫ମ କରୋନା ଆକ୍ରାନ୍ତ ସୂର୍ଯ୍ୟନଗର ଅଞ୍ଚଳ କୁ ସଂପୂର୍ଣ୍ଣ ସିଲ କରିଥିବା ବେଳେ ଗଳା ବାଟ ଦେଇ ୬ଜଣ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳକୁ ଆସିଥିବା ଥାନା ଅଧିକାରୀ ବସନ୍ତ ସେଠୀ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ରାତ୍ର ପ୍ରାୟ ୨ ଘଣ୍ଟ ସମୟରେ ଶ୍ରୀ ସେଠୀ ଉକ୍ତ ୬ ଜଣଙ୍କୁ ଉଦ୍ଧାର କରିବା ପାଇଁ ସଦଳବଳେ ବାହାରିଗଲେ ଉକ୍ତ ଅଞ୍ଚଳକୁ, କିନ୍ତୁ ସେମାନେ ପୋଲିସ ଆସିବା ଜାଣି ଏକ ଅଟୋ ଦ୍ଵାରା ଅନ୍ୟ ଏକ ଥାନା ଇଲାକାକୁ ଯୋଜନା କ୍ରମେ  ସେଠାରୁ ପଳାୟନ କରିଥିଲେ ହେଲେ ଥାନା ବାବୁ କୌଶଳ କରି ସେମାନଙ୍କ ପିଛା କରି ଗୋଡ଼ାଇ ଗୋଡ଼ାଇ ସେହି ଥାନା ଇଲାକା ଅଧିନସ୍ଥ ଗ୍ରାମର ଜଣଙ୍କ ଘରେ ଥିବା ବେଳେ ୬ଜଣ ଙ୍କୁ ସେଠାରୁ ଉଦ୍ଧାର କରି ଦିଗପହଣ୍ଡି କ୍ଵାରେଣ୍ଟାଇନ ରେ ଥଇଥାନ କରିଥିଲେ । ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଟିକେ ଆଶ୍ୱସ୍ତ ମିଳିଛି ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି ।
ରିପୋର୍ଟ ରବିକୁମାର ଶର୍ମା ।

Leave A Reply

Your email address will not be published.