ଭୀଷଣ ବର୍ଷା ଯୋଗୁଁ ତିର୍ତ୍ତୋଲ ଅଞ୍ଚଳ ଜଳମଗ୍ନ ।

0 407

ଜଗତସିଂହପୁର,୨୦/୦୮(ପିପିଟି);ଭୀଷଣ ବର୍ଷାରେ ଜଗତସିଂହପୁର ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ହଂସୁଆ ନଦୀର ଜଳସ୍ତର ବୃଦ୍ଧି ପାଇ ତିର୍ତ୍ତୋଲ ବ୍ଲକ କଟରା ପଞ୍ଚାୟତର ହାଜିନଗର ଠାରେ ରାସ୍ତା ଉପରେ ଚାଲିଛି । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଜଳ ନିଷ୍କାସନ ହୋଇ ନ ପାରିବାରୁ ବେଗୁନିଆ,କୋରକୋର,ହାଜିନଗର,ଯଯାଙ୍ଗ,ଇଟାଙ୍ଗ,ଆରଜଙ୍ଗଗ୍ରାମର ଶତାଧିକ ଗୃହ ଜଳବନ୍ଦୀ ଥିବା ସମୟରେ ୬ଟି ପଞ୍ଚାୟତର ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇଛି । ତିର୍ତ୍ତୋଲ ଵିଡିଓ ଅଟଳ ବିହାରୀ ସ୍ବାଇଁ ଗତ ବୁଧବାର ରାତିରେ ଏହି ଅଞ୍ଚଳକୁ ଗସ୍ତ କରି ଜିଲ୍ଲାପାଳଙ୍କୁ ଅଵଗତ କରିଥିଵା ବେଳେ ପଞ୍ଚାୟତ ଅଧିକାରୀ ଓ ସରପଞ୍ଚଙ୍କୁ ସଜାଗ ରହି ରିଲିଫ୍ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଗୁରୁବାର ସକାଳ ସମୟରେ ତିର୍ତ୍ତୋଲ ତହସିଲଦାର ମହାଶୟା ସୁଜାତା ପାତ୍ର ମଧ୍ୟ ଏହି ଅଞ୍ଚଳକୁ ଆସି କଟରା ପଞ୍ଚାୟତର ସମିତି ସଭ୍ୟ ବାଇଧର ଭୋଳଙ୍କ ସହ ସମସ୍ତ ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତିି । ରିପୋର୍ଟ- ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.