ଭିକାରୀ ମୁକ୍ତ ଓଡିଶାର ଗତି କୁଆଡେ ! ଏବେ ବି ମନ୍ଦିର ସମ୍ମୁଖରେ ଭିକାରୀ ।

0 1,210

ପୋଲସରା,(ପିପିଟି)୧୫/୦୬, କରୋନା ମହାମାରୀକୁ ଦୃଷ୍ଟିରେ ରଖି ରଜ ପର୍ବ ପାଳନକୁ ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନରେ ନକରିବା ପାଇଁ ଜିଲ୍ଲା ପ୍ରଶାସନ ରୋକ ଲଗାଇଛନ୍ତି । ଲକ୍ ଡାଉନ ଓ ସଟଡାଉନ ମଧ୍ୟରେ ସରକାରଙ୍କ ସହାୟତା କିଭଳି ଚାଲିଛି ଦେଖିବାକୁ ମିଳୁଛି ଏବଂ କୋରାନ ମୁକାବିଲା କରିବା ପାଇଁ ଉପଦେଶ ଶୁଣିବାକୁ ମିଳୁଛି ।ରଜ ସଂକ୍ରାନ୍ତିରେ ପୋଲସରା ନିକଟସ୍ଥ ବାଲୁଙ୍କେଶ୍ବର ମନ୍ଦିର ସମ୍ମୁଖରେ କିଛି ଭିକାରୀ ବସିଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ଏହି ମନ୍ଦିର ସମ୍ମୁଖରେ ୨୫ ରୁ ଉର୍ଦ୍ଧ୍ବ ଭିକାରୀ ବସୁଥିଲେ । କରୋନା ମହାମାରୀ ସମୟରେ ସରକାରଙ୍କ ସହାୟତା ଏହି ଭିକାରୀ ମାନଙ୍କ ପାଖରେ ପହଞ୍ଚି ଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି । ଭିକାରୀ ମାନେ କହିବା ଅନୁଯାୟୀ ପ୍ରାୟ ପାଞ୍ଚ ଦିନ ଖାଇବାକୁ ଦେବା ପରେ ବନ୍ଦ କରିଦେଲେ । ଓଡିଶା ସରକାର ଓଡିଶାରେ ଭିକାରୀ ମୁକ୍ତ ପାଇଁ ‘ସହାୟ’ ଯୋଜନା ଆରମ୍ଭ କରିଛନ୍ତି । ୨୦୧୯ ବିଧାନସଭା ସମୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଓଡିଶାରେ ୬୩୯୦ ଭିକାରୀ ଚିହ୍ନଟ ହୋଇଛନ୍ତି । ସେତେବେଳେ କଟକ ଜିଲାରେ  ୧୦୬୦ ଭିକାରୀ ଚିହ୍ନଟ ହୋଇ ପ୍ରଥମ ସ୍ଥାନରେ ରହିଥିଲା । ଗଞ୍ଜାମ ଜିଲ୍ଲାରେ ୪୫୮ ଭିକାରୀ ଚିହ୍ନଟ ହୋଇ ପଞ୍ଚମ ସ୍ଥାନରେ ରହିଛି । ସରକାରଙ୍କ ଯୋଜନା ଓ ଉଦ୍ୟମ ସତ୍ତ୍ବେ ଭିକାରୀ ମାନେ ନିଜ ବୃତ୍ତିରୁ ହଟୁ ନାହାଁନ୍ତି ନା ସରକାରଙ୍କ ଯୋଜନା ଭିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ ! ପୋଲସରା ଅଞ୍ଚଳରେ ରଜ ସଂକ୍ରାନ୍ତି ଦିନ ମନ୍ଦିର ସମ୍ମୁଖରେ ପାଞ୍ଚ ଜଣ ଭିକାରୀ ସାମାଜିକ ଦୂରତ୍ବ ରଖି ବସିଥିଲେ କିନ୍ତୁ ମାସ୍କ ନଥିଲା । ଏତେ ପରିମାଣର ମାସ୍କ ବଣ୍ଟନ ହେଲାଣି ସେଥିରେ ଦୁର୍ନୀତିର ଗନ୍ଧ ବହାରିଲାଣି ତଥାପି ସାଧାରଣ ଜନତାଙ୍କ ପାଖରେ ସମ୍ପୁର୍ଣ୍ଣ ପହଞ୍ଚିବା ନେଇ ସନ୍ଦେହ ସୃଷ୍ଟି ହେଉଛି ।ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଥିଲା ରନ୍ଧନ ଖାଦ୍ୟ ବଣ୍ଟନ,ରାସନ ସାମଗ୍ରୀ ବଣ୍ଟନ ଏବଂ ଏକ ହଜାର ଟଙ୍କା ସହାୟତା ପ୍ରଦାନ କିନ୍ତୁ ମନ୍ଦିର ସମ୍ମୁଖରେ ବସିଥିବା ଭିକାରୀ ମାନଙ୍କ ପାଖରେ ଏହି ସୁବିଧା ପହଞ୍ଚିଛି କି ନାହିଁ ସ୍ଥାନୀୟ ପ୍ରଶାସନ ଓ ଲୋକ ପ୍ରତିନିଧି ମାନଙ୍କର ଜ୍ଞାତସାରରେ ଅଛିକି ? ଯଦି ନାହିଁ ତାହା ହେଲେ ସରକାରଙ୍କ ଘୋଷଣା କରିଥିବା ସହାୟତା ସେମାନଙ୍କ ପାଖରେ ପହଞ୍ଚିବା ଏବଂ ସରକାରଙ୍କ ‘ସହାୟ’ ଯୋଜନାରେ ସଂପୃକ୍ତ ଭିକାରୀ ମାନେ ସାମିଲ୍ ହେବା ସହ ଓଡ଼ିଶା ଭିକାରୀ ମୁକ୍ତ କରିବା ପାଇଁ ଆନ୍ତରିକତାର ସହିତ କାର୍ଯ୍ୟ କରାଯାଉ ।Attachments area

Leave A Reply

Your email address will not be published.