ଭାଲୁ ଖାଉଛି ଭାଲିଆ ; ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ଭାଲୁ ।

0 678

ରାମନାଗୁଡା,(ପିପିଟି ନ୍ଯୁଜ୍)୨୭/୦୪- ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ଭାଲୁ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଖିଲାମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ।ଲାଉଗୁଡା ପାହାଡ ନିକଟରେ ବିଦ୍ୟାଳୟ ରହିଥିବାରୁ ପାହାଡ଼ରୁ ୨ଟି ଭାଲୁ ବୁଲୁଥିବାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଗତକାଲି ରାତି ପ୍ରାୟ ୧୧ଘଣ୍ଟା ସମୟରେ ୨ଟି ଭାଲୁ ଓହ୍ଲାଇ ବିଦ୍ୟାଳୟ ପରିସରରେ ଥିବା କାଜୁ ଗଛରୁ ଭାଲିଆ ଫଳ ପଡିଥିବା ବେଳେ ସେହି ଭାଲିଆକୁ ଖାଉଥିବାର ଦେଖିବାକୁ ମିଳିଛି।ଏହି ଅଞ୍ଚଳ ପାଇଁ ଏହା ନୂଆ କଥା ନହୋଇ ଥିବା ବେଳେ ପୂର୍ବରୁ ଅନେକ ଥର ଲୋକେ ଭାଲୁକୁ ଦେଖିଥିବା ନଜିର ରହିଛି।କେତେବେଳେ ଭାଲୁ ରାସ୍ତା ଉପରେ ଭାଲୁ ଲୋକଙ୍କୁ ଡ଼ରାଉଛି ତ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛି। ଗାଁ ପାଖରେ ଜଙ୍ଗଲ ଲାଗି ରହିଥିବାରୁ ଜଙ୍ଗଲରୁ ଖାଦ୍ୟ ଖାଇବା ଆଶାରେ ଗାଁ ମୁହାଁ ହେଉଛନ୍ତି ।୨ବର୍ଷ  ତଳେ ଭାଲୁ ଗାଁ ମୁହାଁ ହେଉଥିବାରୁ ବନବିଭାଗ ଦ୍ୱାରା ଧରି ଜଙ୍ଗଲରେ ଛଡ଼ାଯାଇଥିଲା ।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.