ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଚାଳକ ଆହତ ।

0 394

ଭଞ୍ଜନଗର,୦୫/୦୧(ପିପିଟି): ଭଞ୍ଜନଗର ଥାନା ଅଧୀନ ସାନକୋଦଣ୍ଡା ରାମଚଣ୍ଡୀ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟି ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଚାଳକ ଜଣଙ୍କ ହେଲେ ବେଲଗୁଣ୍ଠା ଥାନା ସୁତୁମୁସର ଗ୍ରାମର ବସନ୍ତ ନାୟକଙ୍କ ପୁଅ ତପନ ନାୟକ(୨୮)। ସେ ଆଜି ଅପରାହ୍ନ ସମୟରେ ସାନକୋଦଣ୍ଡା ପଟୁ ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ରାମଚଣ୍ଡୀ ମନ୍ଦିର ନିକଟ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବାଇକ ଟି ଦୁର୍ଘଟଣା ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଏକ ଅଟୋ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ଡାକ୍ତର ବ୍ରହ୍ମପୁର ସ୍ଥାନାନ୍ତର କରିଛନ୍ତି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.