ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ ।

0 131

ରାମନାଗୁଡା,(ପିପିଟି)୦୮/୦୬, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ପାଲୁପାଇ ନିକଟ ବୁଲାଣି ନିକଟରେ ଆଜି ଏକ ଟ୍ରକ୍ (ଏପି-୦୫ଟିଜି-୦୬୮୯) ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଉକ୍ତ ଟ୍ରକରେ ଚାଉଳ ବୋଝେଇ ହୋଇ ଛତିଶଗଡ ରାୟଗଡ଼ାରୁ ଆନ୍ଧ୍ରପ୍ରଦେଶର କାକିନାଡା ଅଭିମୁଖେ ଯାଉଥିଲା।ଏହି ସମୟରେ ପାଲୁପାଇ ବୁଲାଣି ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲାଖବରପାଇ ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନଙ୍କ ସମେତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସଙ୍ଗେ ସଙ୍ଗେ ଡ୍ରାଇଭର ଓ ହେଲପର ସାମନ୍ୟ ଆହତ ହୋଇଥିବା ବେଳେ ଆହତ ଦ୍ୱୟଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.