ଭାରତୀୟ ଜନତା ପାର୍ଟି ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ ।

0 93

ସାନଖେମୁଣ୍ଡି (ପିପିଟି ନ୍ଯୁଜ୍)୧୪/୦୫, କରୋନା ଭୁତାଣୁ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ସାରା ବିଶ୍ୱ କୁ ତଳିତଳାନ୍ତ କରିସାରିଲାଣୀ କୋଭିଡ଼ ୧୯ । ବିଶ୍ୱ ର ସମସ୍ତ ବୈଜ୍ଞାନିକ କରୋନା ଭୁତାଣୁ ର ପ୍ରତିଷେଧକ ଟୀକା ଏ ପର୍ଯ୍ୟନ୍ତ ତିଆରି କରିବାରେ ସଫଳତା ହାସଲ କରିପାରିନାହାନ୍ତି । ଏ ଭଳି ଘଡି ସନ୍ଧି ମୁହୂର୍ତ୍ତରେ ଦିନ ମଜୁରିଆ , ଗରିବ ଖଟିଖିଆ , ମାନଙ୍କ ଦୁଃଖ କହିଲେ ନସରେ ଏମାନଙ୍କୁ ନା ସରକାରୀ ସୁବିଧା ଅଛି ନା ଖଇବାପାଇଁ କୌଣସି ସରକାରୀ ସହାୟତା । କାମ କରି ଏମାନେ ନିଜ ପେଟ ପୋଷନ୍ତି । ଏହାକୁ ଆଖି ଆଗରେ ରଖି ଭାରତୀୟ ଜନତା ପାର୍ଟିର ନେତା ମାନେ ଆଗକୁ ଆସିଛନ୍ତି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଲଢୁଆ ନେତା  ବିଜୟ କୁମାର ସ୍ୱାଇଁ ଙ୍କ ତତ୍ଵ ବଧାନ ରେ ଆଜି ସାନଖେମୁଣ୍ଡି ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ଗରିବ ଲୋକ ମାନଙ୍କୁ  ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଯୁବ ପ୍ରତିଭା ନେତା ହୃଷିକେଶ ହୋତା , ଏମ. ଚିନ୍ମୟ ରେଡି ବିଭିନ୍ନ ଗ୍ରାମ କୁ ବୁଲି ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ପ୍ରତ୍ୟେକ ଦିନ ଏ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।
ରିପୋର୍ଟ- ଆରତ କୁମାର ହୋତା ।

Leave A Reply

Your email address will not be published.