ଭଞ୍ଜନଗର ରେ ଅତିଶୀଘ୍ର କୋଭିଡ଼୍ ହସ୍ପିଟାଲ ।

0 358

ଭଞ୍ଜନଗର,୦୫/୦୮(ପିପିଟି); ସ୍ଥାନୀୟ ଲୋକଙ୍କ ସୁବିଧା ଦୃଷ୍ଟିରୁ ଭଞ୍ଜନଗର କେ.ଏସ.ୟୁ.ବି କଲେଜ ଠାରେ ଏକ ୩୦ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ଆରମ୍ଭ ହେବ।ଏଥି ନିମନ୍ତେ ଆଜି ସ୍ଥାନ ଚିହ୍ନଟ ହୋଇ ଯଥା ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥିର ହୋଇଛି।କିମ୍ସ ଦ୍ୱାରା ପରିଚାଳିତ ଏହି ହସ୍ପିଟାଲରେ ଆଇ.ସି.ୟୁରେ ୧୦ଟି ଓ ୨୦ଟି ସାଧାରଣ ବେଡ଼ ରହିବ। ଆଜି ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କନ୍ଧମାଳ ସାଂସଦ ଡ଼. ଅଚ୍ୟୁତାନନ୍ଦ ସାମନ୍ତ, ଏ.ଡ଼ି.ଏମ ବିଶାଳ ସିଂ, ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡ଼ିଓ ଅନୀଲ କୁମାର ସେଠୀ, ମେଡିକାଲ ଅଧିକ୍ଷକ ଶିତାଂସୁ ଶେଖର ଶତପଥୀ ଓ ଅନ୍ୟମାନେ ସ୍ଥିତି ଅନୁଧ୍ୟାନ କରିଥିଲେ । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.