ଭଞ୍ଜନଗର,୨୧/୧୨(ପିପିଟି): ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କର ଛତ୍ରପୁର ବଦଳି ହୋଇ ଯାଇଥିବାରୁ ତାଙ୍କ ସ୍ଥାନରେ ନୂତନ ଭାବେ ଗାଙ୍ଗପୁର ଥାନା ଅଧିକାରୀ ଥିବା ଧିରେସ କୁମାର ଦାସ ସୋମବାର ଭଞ୍ଜନଗର ଥାନା ଅଧିକାରୀ ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି।ପୂର୍ବରୁ ଗାଙ୍ଗପୁର ଥାନାକୁ ସର୍ବ ଭାରତୀୟ ସ୍ତରରେ ଦ୍ଵିତୀୟ ଥାନାର ମାନ୍ୟତା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହାଙ୍କ ଠାରୁ ପୁରସ୍କୃତ ହୋଇ ସାରିଛନ୍ତି ଥାନା ଅଧିକାରୀ ଶ୍ରୀ ଦାସ।ତେଣୁ ତାଙ୍କ ଠାରୁ ବହୁତ କିଛି ସାହାଯ୍ୟ ସହଯୋଗ ଆଶା କରିଛନ୍ତି ଭଞ୍ଜନଗର ବାସୀ।ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ପୋଲିସ ଭଞ୍ଜନଗର ଅଞ୍ଚଳରେ ଅପରାଧ ଦମନ କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବ ବୋଲି ନିଜ ପ୍ରତିକ୍ରିୟାରେ ନୂତନ ଥାନା ଅଧିକାରୀ ଶ୍ରୀ ଦାସ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Prev Post