ଭଞ୍ଜନଗର ଥାନାକୁ ମାଡ଼ି ଆସିଲା କରୋନା ।

0 347

ଭଞ୍ଜନଗର,୦୪/୦୭(ପିପିଟି);ଭଞ୍ଜନଗର ଠାରେ କରୋନା ମୁକାବିଲାରେ ଯୋଦ୍ଧା ସାଜି ଲୋକଙ୍କୁ ସୁରକ୍ଷା ଯୋଗାଉଥିବା ପୋଲିସ କର୍ମଚାରୀ ମାନେ ଏବେ ବିପଦପୂର୍ଣ୍ଣ ପରିସ୍ଥିତିରେ ଗତି କରୁଛନ୍ତି।ଏହି ଥାନା ରୁ ବର୍ତ୍ତମାନ ସୁଦ୍ଧା ୨୦ଜଣ ପୋଲିସ କର୍ମଚାରୀ ପଜିଟିଭ ଥିବା ରିପୋର୍ଟ ରୁ ଜଣା ପଡ଼ିଛି।ପ୍ରଥମେ ଜଣେ ଡ୍ରାଇଭର ଓ ପରେ ୪ଜଣ କନେଷ୍ଟବଳ, ୪ଜଣ ହୋମଗାର୍ଡ ମିଶି ୯ଜଣ ଆକ୍ରାନ୍ତ ହୋଇଥିବା ବେଳେ ଶୁକ୍ରବାର ୧୧ଜଣଙ୍କର ଠାରେ କରୋନା ଲକ୍ଷଣ ଥିବା ଜଣାପଡିଥିଲା।ଯାହାକୁ ନେଇ ଅନ୍ୟ କର୍ମଚାରୀ ମାନେ ଏବେ ଭୟଭୀତ ହୋଇପଡିଛନ୍ତି।ସୁରକ୍ଷା ଦୃଷ୍ଟିରୁ ଏହି ଥାନାକୁ ସିଲ କରିବା ପରିବର୍ତ୍ତେ ପୂର୍ବ ଭଳି କାର୍ଯ୍ୟ ଚାଲିଛି।ପ୍ରତିଦିନ ବିଭିନ୍ନ କାମରେ ବହୁ ଲୋକ ଏଠାକୁ ଆସୁଥିବାରୁ ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.