ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ ।

0 433

ଭଞ୍ଜନଗର, ୧୦/୦୮(ପିପିଟି), ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆଜି ବ୍ଲକ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିଲା । କରୋନାର ଜଟିଳ ସ୍ଥିତି ଯୋଗୁଁ ଚଳିତ ବର୍ଷର କାର୍ଯ୍ୟକ୍ରମ ଗୁଡିକ ଭାରତ ସରକାରଙ୍କ କୋଭିଡ ନୀତି ନିୟମ ଅନୁସାରେ ପାଳନ କରାଯିବ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗତ ଜଣେଇବା ସହ କାର୍ଯ୍ୟକ୍ରମ ସୀମିତ ଆକାରରେ ପାଳନ ନିମନ୍ତେ ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡାକ ବାଜି ଯନ୍ତ୍ର ସହରରେ ସକାଳ ୫ ଘଟିକା ସମୟରେ ରାମଧୂନ ପ୍ରଚାର କରାଯିବ ସକାଳ ୭.୩୦ ମିନିଟ ସୁଦ୍ଧା ସମସ୍ତ ସରକାରୀ ଏଵଂ ବେସରକାରୀ ଅନୁଷ୍ଠାନ ମାନଙ୍କ ରେ ମୁଖ୍ୟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିବେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ସକାଳ ୯:୧୫ ମିନିଟ ସମୟରେ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ (ଜେଲ ପଡିଆ ) ଠାରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବେ । ଚଳିତ ବର୍ଷ ବିଦ୍ୟାଳୟ , ମହାବିଦ୍ୟାଳୟର ପ୍ରତିଯୋଗିତା, ସମ୍ମିଳିତ ପ୍ୟାରଡ଼ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖା ଯାଇଛି । ସମାରୋହରେ କରୋନା ପାଇଁ ଲଢେଇ ଜାରି ରଖିଥିବା କରୋନା ଯୋଦ୍ଧା ମାନଂକୁ ସମ୍ମାନିତ କରିବାକୁ ବୈଠକରେ ନିଷ୍ପତି ହେଇଛି । ଜାତୀୟ ଦିବସକୁ ସ୍ମରଣୀୟ କରିବା ନିମନ୍ତେ ସ୍ୱାଧୀନତା ଦିବସ ଦିନ ସନ୍ଧ୍ୟା ସମୟରେ ସରକାରୀ କାର୍ଯ୍ୟାଳୟ, ବ୍ୟବସାୟୀକ ପ୍ରତିଷ୍ଠାନ, ବ୍ୟାଙ୍କ ଏଵଂ ସହରର ଦୋକାନ ବଜାରରେ ଆଲୋକ ସଜ୍ଜା କରିବା ନିମନ୍ତେ ସମ୍ପୃକ୍ତ ବିଭାଗ ମୁଖ୍ୟଙ୍କୁ ଅନୁରୋଧ କରାଯାଇଛି । ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଫଳ ବଣ୍ଟନ ଏଵଂ ବଡକୋଦଣ୍ଡା ସ୍ଥିତ ଚିଦାନନ୍ଦ କୁଷ୍ଠରୋଗୀ ରିଲିଫ କେନ୍ଦ୍ରରେ ଅନ୍ତେ ବାସୀଙ୍କୁ ମିଷ୍ଟାନ ବଣ୍ଟନ କରାଯିବା ନିମନ୍ତେ ନିଷ୍ପତି ହେଇଛି । ଚଳିତ ବର୍ଷ ସମସ୍ତ କାର୍ଯ୍ୟକ୍ରମ ଗୁଡିକ ଶାନ୍ତି ଶୃଙ୍ଖଳା ସହିତ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସାନିଟାଇଜ ବ୍ୟବହାର କରିବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମେଡିକାଲ ସୁପରିଟେଣ୍ଡେଣ୍ଟ ସୀତାଂଶୁ ଶେଖର ଶତପଥି, ସମସ୍ତ ବିଭାଗୀୟ ଅଧିକାରୀ, ସମାଜସେବୀ ଶୂଳପାଣି ଶତପଥି, ସୁନୀଲ ପଟ୍ଟନାୟକ, ସୁଶାନ୍ତ ମହାପାତ୍ର, କେ.ଏସ.ୟୁ. ବି କଲେଜ ଏଵଂ ୟୁବି ହାଇସ୍କୁଲର ଏନ. ସି. ସି ଅଫିସର ଏବଂ ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.