ଭଞ୍ଜନଗର,୦୫/୧୧(ପିପିଟି):ଭଞ୍ଜନଗର ହାର୍ଟ ନଗର ଠାରେ ଘୁମୁସର ସମ୍ମିଳିତ ବନ ପରିବାର ତରଫରୁ ମା’ ଶ୍ୟାମା କାଳୀଙ୍କ ପୂଜା କୋଭିଡ କଟକଣା ଅନୁଯାୟୀ ରୀତିନୀତି ସହକାରେ ଗୁରୁବାର ମଧ୍ୟରାତ୍ରି ଠାରୁ ଆରମ୍ଭ ହୋଇଛି।ନିଶାର୍ଦ୍ଧରେ ଜଳଭଣ୍ଡାର ରୁ ପାଣି ଆଣିବା ପରେ ବିଷ୍ଣୁ ସହସ୍ର ନାମ,ଅଷ୍ଟ ଯୋଗିନୀ, ଅଷ୍ଟ ଭୈରବୀ,ଅଷ୍ଟ ନାଗ,ଗ୍ରହ ପୂଜା, ବାସ୍ତୁ ପୂଜା,ଲଷ୍ମୀ ନାରାୟଣ ପୂଜା, ଶ୍ୟାମା କାଳୀ ପୂଜା,ହୋମ, ବଳିଦାନ, ଦୀପଦାନ, ଚଣ୍ଡୀ ପାଠ ଓ ଆଳତୀ ଆଦି କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା। ଏଥିରେ କର୍ତ୍ତା ଭାବେ ଶୂଳପାଣି ଶତପଥି ଦାୟୀତ୍ୱ ତୁଲାଇଥିବା ବେଳେ ପୂଜକ ଭାବେ ପ୍ରମୋଦ ତ୍ରିପାଠୀ, ଲଷ୍ମୀକାନ୍ତ ମିଶ୍ର, ସୁବାଷ ମିଶ୍ର,ସୁଶାନ୍ତ କୁମାର ରଥ ରହିଥିଲେ।ଏଥିରେ ବନ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ। ଆସନ୍ତା ରବିବାର ଅପରାହ୍ନ ସମୟରେ ଦେବୀଙ୍କ ଭଷାଣି କାର୍ଯ୍ୟକ୍ରମ ରହିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )