ଭଞ୍ଜନଗରରୁ ଆଜି ବାହାରିଲେ ୧୩ ପଜିଟିଭ ।

0 343

ଭଞ୍ଜନଗର,୨୩/୦୭(ପିପିଟି) କୋରନା ଏବେ ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟ ସମସ୍ୟା ସୃଷ୍ଟି କରିଛି।ଆଜି ଗୋଟିଏ ଦିନରେ ଜିଲ୍ଲାର ସର୍ବାଧିକ ୫୪୦ଟି ପଜିଟିଭ କେଶ ସାମ୍ନାକୁ ଆସିଛି।ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢି ଚାଲିଛି।ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ୧୩ଟି କେଶ ରହିଛି।ଭଞ୍ଜନଗର ଏନ.ଏ.ସିର ନାହା ତୁଠ ସାହିର ୨ଜଣ, ଭେଜିପୁଟ କୋଳି ସାହିର ୨ଜଣ,ରାମକୃଷ୍ଣ ନଗର,ନିଳାଦ୍ରୀ ବିହାର, ବାଗଦେବୀ ରୋଡ଼ରୁ ଜଣେ ଲେଖାଏଁ ଓ ଏହି ବ୍ଲକର ବଡ଼ କୋଦଣ୍ଡାରୁ ୨ଜଣ,କଇଣ୍ଡି, ରାଜକୁଣ୍ଡୁ,ବୁଦୁଲି ଓ ଦୋ ମୁହାଣୀ ଗ୍ରାମରୁ ଜଣେ ଲେଖାଏଁ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.