ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡିକୁ ବୁଲି ଦେଖିଲେ ଜିଲ୍ଲାପାଳ ।

0 335

ଉଲୁଣ୍ଡା,୨୧/୦୮(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମପଂଚୟତରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡିକୁ ବୁଲି ଦେଖିଛନ୍ତି ଜିଲାପାଳ ମନୀଷା ବାନାର୍ଜୀ । ସୂଚନାନୁସାରେ ଲସ୍ତଲା ଗ୍ରାମ ପଂଚାୟତର ଲସ୍ତଲା ଓ କୋଟସମଲାଇ ଗ୍ରାମପଂଚୟତର ହରିଣାପାଲି ଖେଳାପଡ଼ିଆର ଉନ୍ନତିକରଣ କାର୍ଯ୍ୟ ତଦାରଖ କରିଥିବାବେଳେ ଜାଲୋଏ ଖେଳାପଡ଼ିଆ,କଳାପଥର ଗ୍ରାମପଞ୍ଚାୟତର ନୂଆପଲି ବାବୁପାଲିରେ ଚାଲିଥିବା ମନରେଗା ର ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ଏଥିରେ ସହକାରୀ ଯନ୍ତ୍ରୀ ଗିରିଜା ଶଙ୍କର ସାହୁ,କନିଷ୍ଠ ଯନ୍ତ୍ରୀ ସଙ୍ଗୀତ ପ୍ରଧାନ ମୁକେଶ ମାଝୀ ପ୍ରମୁଖ ଜିଲାପାଳଙ୍କ ସାଙ୍ଗରେ ଉପସ୍ଥିତ ରହି ସମୀକ୍ଷା କରିଥିଲେ । ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.