ବ୍ରହ୍ମପୁର ୪ଦିନ ସଟ୍ ଡାଉନ୍ ଘୋଷଣା ।

0 615

ବ୍ରହ୍ମପୁର,ତା-୨୬/୦୬(ପିପିଟି) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ମହାନଗର ସମ୍ପୂର୍ଣ୍ଣ ସଟ୍ ଡାଉନ୍‌ ରହିବ। ଏହି ସମୟରେ କେବଳ ସ୍ବାସ୍ଥ୍ୟସେବା ଓ କ୍ଷୀର ଯୋଗାଣ ଚାଲୁ ରହିବ ବୋଲି ଗୁରୁବାର ରାତିରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି। ଅନ୍ୟସବୁ ଅତ୍ୟାବଶ୍ୟକ ଓ ଅଣଆବଶ୍ୟକ ସାମଗ୍ରୀ ଦୋକାନ ବନ୍ଦ ରହିବ। ଜିଲ୍ଲାପାଳ ସୂଚନା ଦେଇଛନ୍ତି ୭୦ଟି ସ୍ବାସ୍ଥ୍ୟ ଟିମ୍‌ ଗଠନ କରାଯାଇଛି। ବ୍ରହ୍ମପୁର ସହରର ସମସ୍ତ ଘରକୁ ଯାଇ ଜ୍ୱର, କାଶ, ମଧୁମେହ, ଡାଇରିଆ ଆଦି ନେଇ ଯାଞ୍ଚ ହେବ। ଏପରି ଲକ୍ଷଣ ଥିଲେ ନ ଲୁଚାଇବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.