ବ୍ରହ୍ମପୁର ସାଉଥକୋ ୟୁଟିଲିଟି ସିଟି ସର୍କଲର ଟେଣ୍ଡର ଫିକ୍ସିଂ କୁ ନେଇ ହାଇକୋର୍ଟ ମାମଲା ରୁଜୁ ।

0 3,133

ବ୍ରହ୍ମପୁର,(ପିପିଟି)୦୬/୦୬, ବ୍ରହ୍ମପୁର ସ୍ଥିତ ସାଉଥକୋ ୟୁଟିଲିଟି ସିଟି ସର୍କଲର ଟେଣ୍ଡର ଫିକ୍ସିଂ ଓ ଅନିୟମିତତା ହୋଇଥିବା ନେଇ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ଗଞ୍ଜାମ ଜିଲ୍ଲା କମିଟି ଅଭିଯୋଗ ଉଠାଇଥିଲା । ସିଟି ସର୍କଲର ଅଧିକ୍ଷଣ ଯନ୍ତ୍ରୀ ଥିବା ସମୟରେ ଶ୍ରୀ ଲେଙ୍କା ପ୍ରସାଦ ବିଭିନ୍ନ ଅନିୟମିତତା କରିଥିବା ଅଭିଯୋଗ ହୋଇଛି । ଗୋଳାବନ୍ଧ ପ୍ରକଳ୍ପ (2×1.6 MVA- 33/11 KV)  ସବଷ୍ଟେସନ ଓ ୧୦ କିମି ଭୂତଳ କେବୁଲ ବିଛାଇବା ପାଇଁ ଏଷ୍ଟିମେଟ୍ ମୂଲ୍ୟ ୨,୮୬,୨୮,୬୧୭ ଟଙ୍କାର ଟେଣ୍ଡରକୁ ବୈଷୟିକ କମିଟିର ବିନା ଅନୁମୋଦନରେ ଏବଂ ପ୍ରମୁଖ ଖବରକାଗଜରେ ବିଜ୍ଞପ୍ତି ପ୍ରକାଶ ନକରି ଟେଣ୍ଡର କରାଇଥିଲେ ।ଉକ୍ତ ସମୟରେ ସାଉଥକୋ ୟୁଟିଲିଟି ସିଟି ସର୍କଲରେ ବ୍ଯାପକ ଦୁର୍ନୀତି ସଙ୍ଗଠିତ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।ସାଉଥକୋର ଭିଜିଲାନ୍ସ ବିଭାଗ ଦୁର୍ନୀତି ସମ୍ପର୍କରେ ଅବଗତ ଥିଲେ ମଧ୍ୟ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସନ୍ଦେହ ସୃଷ୍ଟି କରିଛି ।୨୦୧୩ ଫାଇଲିନ୍ ସମୟରେ ଖଜୁରିଆ ସେଣ୍ଟ୍ରାଲ ଷ୍ଟୋରରେ ଟ୍ରାନ୍ସଫର୍ମର କାରବାର ମଧ୍ୟ ଦୁର୍ନୀତି ହୋଇଥିବା ନେଇ ଚର୍ଚ୍ଚା ଚାଲିଛି ।ଶ୍ରୀ ପ୍ରସାଦଙ୍କ ସମୟରେ ହୋଇଥିବା ଟେଣ୍ଡର ଫିକ୍ସିଂ ଓ ଅନିୟମିତତା ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ,ଶକ୍ତି ମନ୍ତ୍ରୀ,ମୁଖ୍ଯ ଶାସନ ସଚିବ,କମିଶନର ତଥା ସଚିବ,ଶକ୍ତି ବିଭାଗ ଏବଂ ନିର୍ଦ୍ଦେଶକ ଭିଜିଲାନ୍ସଙ୍କୁ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ପକ୍ଷରୁ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ଦୃଷ୍ଟି ଆକର୍ଷଣ କରାଇଥିଲେ ।ଘଟଣାର ତଦନ୍ତ ପାଇଁ  ଯୁଗ୍ମ ସଚିବ,ରାଜ୍ୟ ସରକାରଙ୍କ ଚିଠି ନଂ 10570/ IGL-20/2019 ,ତା-୬/୧୧/୨୦୧୯ ରେ ଇଡି ଗ୍ରୀଡକୋ ତଥା ଡିଏମୟୁ ମୁଖ୍ୟ, ଗ୍ରୀଡକୋ, ଭୁବନେଶ୍ବରଙ୍କୁ ପଠାଇଥିଲେ ପୁଣି ଯୁଗ୍ମ ସଚିବ,ରାଜ୍ୟ ସରକାରଙ୍କ ଚିଠି ନଂ- ୧୧୧୩୨, ତା-୨୧/୧୨/୧୯ ରେ ଏ.ଓ ସାଉଥକୋ,ବ୍ରହ୍ମପୁରଙ୍କୁ ପଠାଇଥିଲେ ।ତଦନ୍ତ ଶୀତଳତା ପରେ ପୁଣି ଯୁଗ୍ମ ସଚିବ, ରାଜ୍ୟ ସରକାରଙ୍କ ଚିଠି ନଂ ୩୩୫୮,ତା- ୧୨/୦୩/୨୦୨୦ ରେ ଏ.ଓ ସାଉଥକୋ,ବ୍ରହ୍ମପୁରଙ୍କୁ ପଠାଇଲେ ତଥାପି କାର୍ଯ୍ୟାନୁଷ୍ଠାନ ଶୂନ । ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲରେନ୍ସ ଉପରେ ଦୁର୍ନୀତି ଖୋରଙ୍କ ପ୍ରଭାବ ଅଧିକ ରହିଥିବା ଅନୁମାନ ହେଉ ଥିଲା ।ଶେଷରେ ସମରଜିତ୍ ମହାନ୍ତି ଉଚ୍ଚ ନ୍ୟାୟାଳୟରେ ଦୁର୍ନୀତିର ତଦନ୍ତ କରିବା ପାଇଁ  ରିଟ୍ ପିଟିସନ ଦାଖଲ କରିଥିଲେ ।ସମରଜିତ୍ ମହାନ୍ତିଙ୍କ ପକ୍ଷରୁ ଆଇନଜୀବୀ ସନ୍ତୋଷ ମହାନ୍ତି   ରିଟ୍ ପିଟିସନ ଦାଖଲ କରିଛନ୍ତି । ରିଟ୍ ପିଟିସନ ୧୦୩୫୮, ତା – ୧୬/୦୪/୨୦୨୦ ରେ ରେଜିଷ୍ଟ୍ରେସନ ହୋଇଛି ।ଏଥିରେ ଶକ୍ତି ସଚିବ,ସାଉଥକୋ ୟୁଟିଲିଟି ଏମଡି,ମୁଖ୍ଯ ଭିଜିଲାନ୍ସ ଅଧିକାରୀ, ସାଉଥକୋ, ବ୍ରହ୍ମପୁର, ଏ.ଓ ସାଉଥକୋ,ବ୍ରହ୍ମପୁର,ଏସପି ଭିଜିଲାନ୍ସ,ବ୍ରହ୍ମପୁର ଏବଂ ଲେଙ୍କା ପ୍ରସାଦ, ଜିଏମ୍, ସାଉଥକୋ,ବ୍ରହ୍ମପୁରଙ୍କୁ ପକ୍ଷଭୁକ୍ତ କରାଯାଇଛି ।ସାଉଥକୋ ସିଓ ପି.ଅରୁଣ କୁମାର ରାୟଗଡାରେ ଅଧିକ୍ଷଣ ଯନ୍ତ୍ରୀ ଥିବା ସମୟରେ ଭିଜିଲାନ୍ସ କେସ୍ ରେ ଜେଲ୍ ଯାଇଥିଲେ । ଶୁଣିବାକୁ ମିଳୁଛି ଯେ ତାଙ୍କୁ ପ୍ରମୋଶନ ନଦେବା ପାଇଁ ଚିଠି ହୋଥିଲା କିନ୍ତୁ ଅଦୃଶ୍ୟ ଶକ୍ତିର ଆର୍ଶୀବାଦରେ ବିଭିନ୍ନ ସମୟରେ ପଦୋନ୍ନତି ପାଇ ଆଜି ସିଓ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି ।ସିଓ ପି . ଅରୁଣ କୁମାର ପରୋକ୍ଷରେ ଲେଙ୍କା ପ୍ରସାଦଙ୍କୁ ସୁରକ୍ଷା ଦେଇ ଆସୁଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି ! ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲରେନ୍ସର ପ୍ରଭାବ ସାଉଥକୋ ଉପରେ କେତେ ଦୂର ପ୍ରଭାବ ପକାଉଛି ସମୟ ହିଁ କହିବ ।

Leave A Reply

Your email address will not be published.