ବ୍ରହ୍ମପୁର ସହରକୁ ସୌନ୍ଦର୍ଯ୍ୟ କରଣ ପାଇଁ ବି.ଏମ୍.ସି ପକ୍ଷରୁ ୩୮୯ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ।

0 3,241

ବ୍ରହ୍ମପୁର, ୨୪/୦୬(ପିପିଟି); ବ୍ରହ୍ମପୁର ସହରକୁ ଆହୁରି ସୌନ୍ଦର୍ଯ୍ୟକରିଣ ଏବଂ ଉନ୍ନତିମୁଳକ କାର୍ଯ୍ୟ ସକାଶେ ଚଳିତ ବର୍ଷ ୨୦୨୧ – ୨୦୨୨ ବର୍ଷ ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୩୮୯ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି । ବଜେଟ୍ ରେ ରହିଛି ବିଭିନ୍ନ ପ୍ରକାରର ଲୋକାଭିମୁଖୀ କାର୍ଯ୍ୟ ଯାହା ଆଗାମୀ ଭବିଷ୍ୟତରେ ଅନେକ ଫଳପ୍ରଦ ହେବ । ଏହି ବଜେଟ୍ ରେ ମୁଖ୍ୟତଃ ସହରର ରାସ୍ତା , ନାଳ ଏବଂ ସୌନ୍ଦର୍ଯ୍ୟକରଣକୁ ବେଶ୍ ଗୁରୁତ୍ଵ ଦିଆଯାଇଥିବା ଦେଖିବାକୁ ମିଳିଛି । ବଜେଟ୍ ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଯାହା ଦାୟିତ୍ଵ ରହିବ ସେ ସବୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରଥମରୁ ବୁଝିଆସିଛନ୍ତି । ଏହା ସହ ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର କମିଶନର ମଧ୍ୟ ଏହି ବଜେଟ୍ କୁ ନେଇ ବହୁ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ଏହାସହ ଜନସାଧାରଣଙ୍କର ମଧ୍ୟ ମତାମତକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ କଣ ରହିଛି ଏହାକୁ ଆଖିଆଗରେ ରଖି ବଜେଟ୍ କୁ ତିଆରି କରାଯାଇଥିବା କହିଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଧାର । ଶ୍ରୀ ବୋନ୍ଦାର କହିଛନ୍ତି ଏହି ବଜେଟ୍ କୁ ତିଆରି କରିବା ପୂର୍ବରୁ ସବୁ ଦିଗକୁ ଧ୍ୟାନରେ ରଖାଯାଇଛି । ଯେପରି କି ବ୍ରହ୍ମପୁର ରାସ୍ତାଘାଟ , ପୋଖରୀ , ସ୍ବାସ୍ଥ୍ୟ ବ୍ୟବସ୍ଥା , ଡ୍ରେନ , ଶିକ୍ଷା , ପିଲାମାନଙ୍କ ଭବିଷ୍ୟତ କିପରି ହୋଇପାରିବ ଏବଂ ଜନ ସାଧାରଣ ମାନେ କିପରି ଲାଭବାନ ହୋଇପାରିବେ ଏଭଳି ଅନେକ ଦିଗକୁ ନଜରରେ ରଖି ଏହି ବଜେଟ୍ ଉପସ୍ଥାପନ କରାଯାଇଛି । ବ୍ରହ୍ମପୁର ସ୍ମାର୍ଟ ରୋଡ, ପ୍ଲାନେଟୋରିୟମ , ସାଇନ୍ସ ପାର୍କ , ଆଧୁନିକ ଜିମ୍ନାସିୟମ , ପ୍ରବେଶ ଗେଟ୍ , ୱାଟର ବଡି କଲିଙ୍ଗ ମେସିନ, ମାର୍କେଟ କମ୍ପ୍ଲେକ୍ସ, ଫୁଡ୍ କୋର୍ଟ, ମେଗା ଡ୍ରେନ,ଏଭଳି ଅନେକ ପ୍ରୋଜେକ୍ଟ କରାଯିବ ଯାହା ବ୍ରହ୍ମପୁର ବାସି ଆଗରୁ ଚାହିଁ ଆସୁଥିଲେ । ବର୍ତ୍ତମାନର ଏହି କରୋନା କାଳରେ ରାଜ୍ୟର ଅର୍ଥନୀତିର ସ୍ଥିତିକୁ ଦୃଷ୍ଟିରେ ରଖି ବି.ଏମ.ସି ଯେଉଁ ବଜେଟ୍ ରଖି ଏହି କାର୍ଯ୍ୟକ୍ରମକୁ କରିବାକୁ ଯାଉଛି ତାହା ଜନ ସାଧାରଣ ନିଶ୍ଚୟ ଗ୍ରହଣ କରିବେ ବୋଲି ଆଶା ପ୍ରଘଟ କରାଯାଉଛି । ଆଜିର ବଜେଟ୍ ଉପସ୍ଥାପନ ବେଳେ ବ୍ରହ୍ମପୁର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର , ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗେ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ,ସାଂସଦ ଚନ୍ଦ୍ରଶେଖର ସାହୁ , ଉପଜିଲ୍ଲାପାଳ ୱ.କୀର୍ତ୍ତି ୱାସନ୍ , ଡେପୁଟି କମିଶନର ଆଶୁତୋଷ ସାମଲଙ୍କ ସମେତ ବହୁ ବରିଷ୍ଟ ଅଧିକାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.