ବ୍ରହ୍ମପୁର ଠାରେ ବିଜେପି ପକ୍ଷରୁ ଚୀନ୍ ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକା ଦାହ ।

0 470

ବ୍ରହ୍ମପୁର,ତା-୨୨/୦୬(ପିପିଟି);ବିଜେପି ଗଞ୍ଜାମ ଜିଲ୍ଲା  ପକ୍ଷରୁ ଆଜି ବ୍ରହ୍ମପୁର ଗାନ୍ଧୀ ନଗର ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ଯ ଅର୍ପଣ ଦେବା ସହିତ ସହିଦ ବୀର ଜବାନ ମାନଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ବଳନ କରାଯାଇ ଶ୍ରଦ୍ଧାଞ୍ଜଳୀ କରିବା ସହ ବୀର ଜବାନଙ୍କ ଅମରଆତ୍ମାର ସଦ୍ଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।ଏହା ପରେ କାର୍ଯ୍ୟକର୍ତ୍ତା ମାନେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ବରେ ଗାନ୍ଧୀ ନଗର ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ପୁରୁଣା ବସଷ୍ଟାଣ୍ଡ ଠାରେ ଚୀନ୍ ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ଚାଇନା ସାମଗ୍ରୀ ବର୍ଜନ ପାଇଁ ସଂକଳ୍ପ ନେଇଥିଲେ ।ଏହା ସହିତ ଚାଇନା ସାମଗ୍ରୀକୁ ଅଗ୍ନି ସଂଯୋଗ କରିଥିଲେ ।ଚାଇନା ଜିନିଷ ବର୍ଜନ କରିବା ପାଇଁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଆହ୍ବାନ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା କାହ୍ନୁ ଚରଣ ପତି, ଛତ୍ରପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କର,ମହନ୍ତ ଚିନ୍ମୟାନନ୍ଦ,ଶିବ ପାତ୍ର,ଗଙ୍ଗାଧର ଶତପଥୀ, ମଦନମୋହନ ପାତ୍ର,ଏନ୍.ରାଜେନ୍ଦ୍ର,କାମନା ପାଢୀ,ପ୍ରଭାତ କୁମାର ଷଢଙ୍ଗୀ,ଏସ୍.ଶ୍ରୀନିବାସ ରାଓ, ସୁବାସିନୀ ପଟ୍ଟନାୟକ,ନମିତାରାଣୀ ପଣ୍ଡା,ଏସ୍.ରାଣୀ, ନିଳାଞ୍ଚଳ ପଣ୍ଡା ପ୍ରବୀଣ ସେଠୀ,ନିରଞ୍ଜନ ପାଣିଗ୍ରାହୀ,ସିଦ୍ଧାନ୍ତ ଗଙ୍ଗଦେବ,ଡି. କରୁଣାକର,ମନୋଜ ପଟ୍ଟନାୟକ,ପ୍ରଦୀପ ଶତପଥୀ ପ୍ରମୁଖ  ନେତୃତ୍ବ ନେଇଥିଲେ ।

Leave A Reply

Your email address will not be published.