ବୌଦ୍ଧ ଜିଲ୍ଲାରେ ଏଆଇୱାଇଏଫ୍ ର ରକ୍ତଦାନ ।

0 238

ବୌଦ୍ଧ,(ପିପିଟି ନ୍ଯୁଜ୍)୧୦/୦୪- ସାରା ବିଶ୍ବକୁ କରୋନା ଆତଙ୍କ ଘାରିଛି । ଏହି ସମୟରେ ରୋଗୀଙ୍କ ନିକଟରେ ରକ୍ତର ଅଭାବ ଦେଖାଦେଇଛି ।ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ପାରୁନାହିଁ । ଏହି ଭଳି ଅବସ୍ଥାରେ ଅଖିଳ ଭାରତ ଯୁବ ସଂଘ ପକ୍ଷରୁ କୁହାଯାଇଛି ରକ୍ତର ଅଭାବରେ କୌଣସି ରୋଗୀଙ୍କୁ ମରିବା ପାଇଁ ଦେବୁ ନାହିଁ । ଆଜି ଏଆଇୱାଇଏଫ୍ ବୌଦ୍ଧ ଜିଲ୍ଲା କମିଟି ପକ୍ଷରୁ ରକ୍ତ ଭଣ୍ଡାରରେ ୨୦ ୟୁନିଟ ରକ୍ତ ପ୍ରଦାନ କରିଛନ୍ତି ।ପୁଣି ଏପ୍ରିଲ୍ ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ରକ୍ତ ଦାନ କରାଯିବ ବୋଲି ଯୁବ ସଂଘ ପକ୍ଷରୁ କୁହାଯାଇଛି । ଏହି ରକ୍ତ ଦାନ କାର୍ଯ୍ୟକ୍ରମରେ ଏଆଇୱାଇଏଫ୍ ରାଜ୍ୟ ସଂପାଦକ ଅବକାଶ ସହୁ,ବିରେନ ପ୍ରଧାନ,ଜୟନ୍ତ ଦେହୁରୀ,ସୁଶାନ୍ତ ରାଉତ,ଡମ୍ବୁରୁଧର ସାହୁ,ପ୍ରକାଶ ବେହେରା,ସମ୍ବିତ କ୍ଷେତି,ମାନସ ବାରିକ ପ୍ରମୁଖଙ୍କ ନେତୃତ୍ବରେ ଏହି ଶିବିର ପରିଚାଳିତ ହୋଇଥିଲା । ରକ୍ତଦାନ ସାରି ଫେରୁଥିବା ଏଆଇୱାଇଏଫ୍ ର କର୍ମକର୍ତ୍ତା ମାନେ ଚାରିଛକ ଠାରେ ଖରାରେ କାର୍ଯ୍ୟ କରୁଥିବା ପୁଲିସ୍ କର୍ମଚାରୀ ମାନଙ୍କୁ ଛତା ବଣ୍ଟନ କରିଥିଲେ ।

Leave A Reply

Your email address will not be published.