ବୋଲଗଡ,୨୧/୧୧(ପିପିଟି) : ମର୍ଦାବାଡି ଗ୍ରାମବାସୀଙ୍କ ବୋଲଗଡ ପୋଲିସକୁ ଆକ୍ରମଣ । ଆକ୍ରମଣରେ ତିନି ପୋଲିସ କର୍ମଚାରୀଙ୍କ ସହ ଜଣେ ଗୁରୁତର ଆହତ । ଏଥିସହିତ ପୋଲିସ ଗାଡି ସହିତ ଥାନା ଅଧିକାରୀଙ୍କୁ ଅଟକ ରଖୁଛନ୍ତି ମର୍ଦାବାଡି ଗ୍ରାମବାସୀ, ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟିହୋଇଥିଲା । ଘଟଣାରୁ ଜଣାପଡିଛି ବୋଲଗଡ ବ୍ଲକ ମର୍ଦାବାଡି ଗ୍ରାମବାସୀ ଓ ସେହି ଗାଁର ସର୍ବେଶ୍ବର କହଲସିଂ ମଧ୍ୟରେ କିଛିଦିନ ତଳେ ବିବାଦକୁ ନେଇ ବୋଲଗଡ ପୋଲିସ ଉଭୟଙ୍କ ନାମରେ ଏକ ମାମଲା ରୁଜୁ କରିଥିବା ବେଳେ ଉଭୟ ପକ୍ଷରୁ କିଛି ଲୋକଙ୍କୁ ଗିରଫ କରିଥିଲା । ହେଲେ ଆଜି ସନ୍ଧ୍ୟାରେ ଆଉ କିଛି ଲୋକଙ୍କୁ ଗିରଫ ନେଇ ଯାଇଥିବା ବେଳେ ଗ୍ରାମବାସୀ ପ୍ରତିବାଦ ସହ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି । ଏଥରେ ଜଣେ ପୋଲିସ କର୍ମଚାରୀ ଗୁରୁତର ଆହତ ସହିତ ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବୋଲଗଡ ଗୋଷ୍ଠି ସ୍ୱାସ୍ତ୍ୟକେନ୍ଦ୍ରରେ ଚିକିତ୍ସା ପାଇଁଭର୍ତି କରାଯାଇଥିଲା । ପରେ ବୋଲଗଡ ଥାନା ଅଧିକାରୀଣି ବିଦିତା ନାୟକ ଗାଁରେ ପହଞ୍ଚିବାରୁ ତାଙ୍କୁ ମଧ୍ୟ ଗ୍ରାମବାସୀ ଅଟକ ରଖିଥିଲେ ଦୀର୍ଘ ୪ଘଣ୍ଟା ଅଟକ ରଖିବା ପରେ ସୂଚନା ପାଇ ବୋଲଗଡ଼ ସରପଞ୍ଚ ସହ ଅଞ୍ଚର ବୁଦ୍ଧିଜୀବୀ ମାନେ ଯାଇ ଗ୍ରାମ ବାସୀଙ୍କୁ ବୁଝାମଣା ପରେ ପୁଲିସକୁ ଛାଡି ଥିଲେ । ଏନେଇ ବୋଲଗଡ଼ ପୁଲିସ ଘଟଣାକୁ ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ରଖିନି,ପ୍ରଶ୍ନ ଉଠେ ଯଦି ଆଇନର ବଳୟ ଭିତରେ ରହି ସେ ନିଷ୍କ୍ରିୟ କାହିଁକି ? ଯଦିଓ ଆଇନ ଶୃଙ୍ଖଳା ସୁରକ୍ଷା ବିପର୍ଯ୍ୟସ୍ତ ତାହାଲେ ସମାଜକୁ ସୁରକ୍ଷା ଦେବ କିଏ ?
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)