ବେଲଗୁଣ୍ଠାରେ ପ୍ରାଣୀ ଚିକିତ୍ସା ବିଭାଗର ଉଚ୍ଚ ସ୍ତରୀୟ ଟିମ୍, ରୋଗାଗ୍ରସ୍ତ ଗାଈ ଗୋରୁଙ୍କ ରକ୍ତ ଓ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଗଲା ।

0 103

ବେଲଗୁଣ୍ଠI,(ପିପିଟି ନ୍ଯୁଜ୍)  ୨୭/୦୪- ଫାଟୁଆ ରୋଗରେ ବହୁ ଗାଈ ଗୋରୁ ଆକ୍ରାନ୍ତ ନେଇ ଗତ କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା l ପରଦିନ ପ୍ରାଣୀ ଚିକିତ୍ସା ବିଭାଗର ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡାକ୍ତର ରାକେଶ କୁମାର ପତି ଘର ଘର ବୁଲି ଔଷଧ ଓ ଇଂଜେକ୍ସନ୍  ଦେଇ ଫେରି ଥିଲେ l ଫାଟୁଆ ରୋଗ ଏକ ଭୂତାଣୁ ଜନିତ ସଂକ୍ରମିତ ରୋଗ ହୋଇ ଥିବାରୁ କାଳେ ଅଧିକ ଗାଈ ଗୋରୁଙ୍କୁ   ଏହି ରୋଗ ବ୍ୟାପିବା ଆଶଙ୍କା କରି ଆଜି ଏକ ଉଚ୍ଚ ସ୍ତରୀୟ ପ୍ରାଣୀ ଚିକିତ୍ସା ବିଭାଗର ଗବେଷକ ଓ ଅଭିଜ୍ଞ ଡାକ୍ତର ମାନେ ବେଲଗୁଣ୍ଠାରେ ପହଞ୍ଚି ରୋଗାଗ୍ରସ୍ତ ଗାଈଗୋରୁଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ଓ ସ୍ୱାବ ନମୂନା ପରୀକ୍ଷା ପାଇଁ ବ୍ରହ୍ମପୁର ଗବେଷଣାଗାରକୁ ପଠାଇଛନ୍ତି l ଆଜି ସକାଳ ୧୦ ଘଣ୍ଟ ସମୟରେ ପ୍ରାଣୀ ଚିକିତ୍ସା ବିଭାଗର ଉଚ୍ଚ ସମ୍ପନ୍ନ ୫ ଜଣିଆ ଟିମ୍ ବେଲଗୁଣ୍ଠାସ୍ଥିତ ଗୋପାଳକ ସାଗର ରାଉତଙ୍କ ଗୁହାଳରେ ପହଞ୍ଚିଲେ l ଏଥିରେ ବ୍ରହ୍ମପୁର କେନ୍ଦ୍ରୀୟ ଗବେଷଣା କେନ୍ଦ୍ରର ରିସର୍ଚ୍ଚ ଅଫିସର ଡାକ୍ତର ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ଵରେ ଆସିଥିବା ଟିମ୍ ରେ ଆଞ୍ଚଳିକ ଗବେଷଣା କେନ୍ଦ୍ରର ଅଫିସର ଡାକ୍ତର ଦିଗ୍‌ବଳୟ ମହାନ୍ତି,  ଭଞ୍ଜନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବନମାଳୀ ସାହୁ , ଭାର ପ୍ରାପ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନୀଳାଞ୍ଚଳ ସେନାପତି,  ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାକେଶ କୁମାର ପତି ପ୍ରମୁଖ ଆସି ଗାଈର ଖୁରା ସନ୍ଧିରୁ ସ୍ୱାବ ଓ ରକ୍ତ ପରୀକ୍ଷା ପାଇଁ ନେଇଥିବା ବେଳେ ପ୍ରାଥମିକ ତଦନ୍ତରୁ ଏହା ଫାଟୁଆ ରୋଗ ନୁହେଁ ବୋଲି ପ୍ରକାଶ କରିବା ସହ ଏହା ଖୁରା ସରା ରୋଗର ଲକ୍ଷଣ ବୋଲି ପ୍ରକାଶ କରିଥିଲେ l ଫାଟୁଆ ରୋଗରେ ଗାଈ ଗୋରୁ ଆକ୍ରାନ୍ତ ହେଲେ ଖୁରା ଓ ଥୋମଣିରେ ସଂକ୍ରମିତ ଚିହ୍ନ ଦେଖା ଯାଏ ଏବଂ ଏହା ଡିଆଁ ରୋଗ ହୋଇଥିବାରୁ ଆଖ ପାଖ ଅଞ୍ଚଳରେ ଥିବା ସମସ୍ତ ଗାଈ ଗୋରୁଙ୍କୁ ଏହା ବ୍ୟାପି ଯାଏ l ଗାଈ ଗୋରୁଙ୍କ ପାଖରେ ସେମିତି କିଛି ଲକ୍ଷଣ ନଥିବାରୁ ଗୋ ମାଲିକ ମାନେ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଥିଲେ l ରିପୋର୍ଟ ଆସିବା ପରେ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଡାକ୍ତରୀ ଦଳ ପ୍ରକାଶ କରିଥିଲେ l ବେଲଗୁଣ୍ଠI ବ୍ଲକ୍ ଓ ଏନଏସିରେ ୬୫୦୦ ଭ୍ୟାକ୍ସିନ୍ ଡୋଜ ଗାଈ ଗୋରୁଙ୍କୁ ଦିଆ ଯାଇଥିବା ଡକ୍ଟର ପତି ପ୍ରକାଶ କରିଥିଲେ l ଏହା ଫାଟୁଆ ରୋଗ ନୁହେଁ ବୋଲି ବିଶେଷଜ୍ଞ ଦଳ ପ୍ରକାଶ କରିବା ପରେ ଗୋ ମାଲିକ ମାନେ ଆଶ୍ଵସ୍ତି ପ୍ରକାଶ କରିଥିଲେ lପ୍ରାଣୀ ଚିକିତ୍ସକ ଆସି ପ୍ରାଥମିକ ଚିକିତ୍ସା କରିଥିଲେ ବୋଲି ଆଜି କିଛି ଗୋ ମାଲିକ ଏହି ଟିମ ଆଗରେ ପ୍ରକାଶ କରିଥିଲେ ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.